Odisha Link
Bridging the Missing Links in Odisha

ଅଗ୍ନିକାଣ୍ଡରେ ଜଳିଗଲେ ପରିବାରର ୩ ସଦସ୍ୟ

ଭଦ୍ରକ: ନିଆଁରେ ପୋଡ଼ି ହୋଇ ଗୋଟିଏ ପରିବାରର ତିନି ସଦସ୍ୟ ଆହାତ। ଏହି ଅଭାବନୀୟ ଘଟଣାଟି ଭଦ୍ରକ ଜିଲ୍ଲା ତିହିଡି ଥାନା ଅନ୍ତର୍ଗତ ତଳଦପା ଗାଁରେ ଘଟିଛି । ଅଗ୍ନିକାଣ୍ଡରେ ପୋଡି ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ସ୍ୱାମୀ, ସ୍ତ୍ରୀ ଓ ୬ ବର୍ଷର ପୁଅ ରହିଛନ୍ତି ।

ସେମାନେ ହେଲେ ଖୁଲନା ମଲ୍ଲିକ, ତାଙ୍କ୬ ବର୍ଷର ପୁଅ ରୁଦ୍ର ଓ ସ୍ୱାମୀ। ଖୁଲନା ଓ ତାଙ୍କ ପୁଅଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଖୁଲନାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ତେବେ ସ୍ୱାମୀଙ୍କୁ ତିହିଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି। ଅଗ୍ନିକାଣ୍ଡ କେଉଁ ପରିସ୍ଥିତିରେ ହେଲା ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Comments are closed.