ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର

ସମ୍ବଲପୁର: ଚିରନିଦ୍ରାରେ ଅଭିନେତା ଶାନ୍ତି ସ୍ୱରୂପ ମିଶ୍ର। ଓଡ଼ିଆ ସିନେ ଜଗତର ଅଭିନେତା ଶାନ୍ତି ସ୍ୱରୂପ ମିଶ୍ରଙ୍କ ପରଲୋକ ଘଟିଛି। ୭୨ ବର୍ଷ ବୟସରେ ବୁର୍ଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଗାଧୋଇବା ସମୟରେ ସେ ବାର୍ଥରୁମରେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଓଡ଼ିଆ କଥା ଚଳଚ୍ଚିତ୍ରରେ ଶାନ୍ତି ସ୍ୱରୂପ ତାଙ୍କ ଅଭିନୟର ନିଖୁଣ ଛାପ ଛାଡ଼ି ଯାଇଛନ୍ତି। ମନ ଆକାଶ, ବନ୍ଧୁ ମହାନ୍ତି, କୃଷ୍ଣ ସୁଦାମା ଭଳି ଅନେକ ଚଳଚିତ୍ରରେ ସେ ଅଭିନୟ କରିଥିଲେ।