ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସୁନ୍ଦରଗଡ : ଭିଜିଲାନ୍ସ ଜାଲରେ ପୁଣି ଆଉ ଜଣେ ସରକାରୀ ଅଧିକାରୀ। ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ସୁଧାକର ଗରଡିଆ ଲାଞ୍ଚ ନେବା ବେଳେ ଗିରଫ କଲା ଭିଜିଲାନ୍ସ ଟିମ୍।
ପ୍ରକାଶ ଯେ, ସୁନ୍ଦରଗଡ ଜିଲ୍ଲା ହେମଗିରି ସିଏଚସିର ମେଡିକାଲ ଅଫିସର ଜଣେ ସ୍ବାସ୍ଥ୍ୟ କର୍ମଚାରୀଙ୍କଠାରୁ ଲାଞ୍ଚ ମାଗିଥିଲେ। ତେବେ ଏ ନେଇ ସ୍ବାସ୍ଥ୍ୟକର୍ମୀ ଜଣଙ୍କ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଥିଲେ।
ତେବେ ମେଡିକାଲ ଅଫିସର ଜଣଙ୍କ ଲାଞ୍ଚ ନେଉଥିବା ବେଳେ ସେଠାରେ ଉପସ୍ଥିତ ଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଗିରଫ କରିଛି । ତେବେ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ତାଙ୍କୁ ଗିରଫ କରାଯାଇଛି।