ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ

ଭୁବନେଶ୍ବର: ବଟାନିକାଲ୍ ଗାର୍ଡେନରେ ଅଗ୍ନିକାଣ୍ଡ। ନନ୍ଦନକାନନର ବଟାନିକାଲ୍ ଗାର୍ଡେନରେ ଘଟିଛି ଅଗ୍ନିକାଣ୍ଡ। ବଟାନିକାଲ୍ ଗାର୍ଡେନର ଜଙ୍ଗଲିଆ ଅଞ୍ଚଳରେ ଲାଗିଛି ନିଆଁ। ନିଆଁ ଲିଭା କାର୍ଯ୍ୟରେ ୨ଟି ଦମକଳ ନିୟୋଜିତ ହୋଇଛି। ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି। ଭୋଜି କରୁଥିବା ବେଳେ ଭୋଜି ପିଣ୍ଡିରୁ ନିଆଁ ବ୍ୟାପିଥିବା ଆଶଙ୍କା କରାଯାଉଛି। ପ୍ରାୟ ୨ ଏକର ଜମିରେ ନିଆଁ ଲାଗିଥିବା ସୂଚନା ମିଳିଛି।