ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ ଠାବ

ବ୍ରହ୍ମପୁର: ମନ୍ଦିର ନିକଟରୁ ନବଜାତ ଶିଶୁର ମୃତଦେହ ଠାବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବ୍ରହ୍ମପୁର ଆଙ୍କୁଲି ଶିଳ୍ପାଞ୍ଚଳ ନିକଟରୁ। ଏକ ମନ୍ଦିର ନିକଟରେ ନବଜାତ ଶିଶୁର ମୃତଦେହ ପଡିଥିବାର ଦେଖିବାକୁ ମିଳିଛି।
ସୂଚନା ମୁତାବକ, ବ୍ରହ୍ରପୁର ଆଙ୍କୁଲି ଶିଳ୍ପାଞ୍ଚଳର ଏକ ମନ୍ଦିର ନିକଟରେ ଏକ ନବଜାତ ଶିଶୁର ମୃତଦେହ ପଡିଥିବାର କିଛି ଲୋକ ଦେଖିଥିଲେ। ଘଟଣାସ୍ଥଳରେ ସ୍ଥାନୀୟଲୋକଙ୍କ ଭିଡ ଜମିଥିଲା। ତେବେ କିଏ ଏଠାରେ ମୃତଦେହ ଫୋପାଡିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ଭାବେ ଜଣାପଡିନାହିଁ। ଏନେଇ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
Comments are closed.