ଏହି ଦେଶରେ ଲାଗୁ ହେଲା ତୃତୀୟ ଲକ୍ଡାଉନ୍
ସଂକ୍ରମିତଙ୍କ ପାଇଁ ସ୍ଥାନାଭାବ ଦେଖା ଯିବାର ଆଶଙ୍କା ଥିବାରୁ ଏ ଭଳି ନିଷ୍ପତ୍ତି

ପ୍ୟାରିସ୍: ପୁଣି କାୟା ବିସ୍ତାର କଲାଣି କରୋନା ମହାମାରୀ। ଦିନକୁ ଦିନ କରୋନା ସଂକ୍ରମଣ ହାର ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ବୁଧବାର ଦିନ ଫ୍ରାନ୍ସ୍ର ରାଷ୍ଟ୍ରପତି ଏମାନୁଏଲ୍ ମ୍ୟାକ୍ରୋନ୍ ଦେଶରେ ତୃତୀୟ ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏଥିସହ ୩ ସପ୍ତାହ ପାଇଁ ବିଦ୍ୟାଳୟ ସବୁ ବନ୍ଦ ରହିବ ବୋଲି ଆଦେଶ ଦେଇଛନ୍ତି।
ଫ୍ରାନ୍ସ୍ରେ ମୃତ୍ୟୁସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ସଂକ୍ରମଣ ଅଞ୍ଚଳରେ ‘ଆଇସିୟୁ’ରେ ଆଉ ସ୍ଥାନ ନାହିଁ। ଏହାଛଡ଼ା ଟିକାକରଣ ଅଭିଯାନରେ ମଧ୍ୟ ମନ୍ଥରତା ଦେଖା ଦେଇଛି। ସଂକ୍ରମିତଙ୍କ ପାଇଁ ସ୍ଥାନାଭାବ ଦେଖା ଯିବାର ଆଶଙ୍କା ଥିବାରୁ ସେ ଏ ଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ରାଷ୍ଟ୍ରପତି ମ୍ୟାକ୍ରୋନ୍ କହିଛନ୍ତି, ଏବେଠୁ ପଦକ୍ଷେପ ନ ନେଲେ ଆମେ ନିୟନ୍ତ୍ରଣ ହରାଇ ବସିବା। ଭୂତାଣୁ ସଂକ୍ରମଣ ହ୍ରାସ କରାଇବା ନିମନ୍ତେ ଏହା ହେଉଛି ସର୍ବୋତ୍ତମ ସମାଧାନ।
ସେ ଆଶା ପ୍ରକାଶ କରି କହିଛନ୍ତି ଯେ, ଏପ୍ରିଲ୍ ଲକ୍ଡାଉନ୍ ଏବଂ ଦ୍ରୁତ ଟିକାକରଣ ଅଭିଯାନ ବଳରେ ହିଁ ମେ ମଧ୍ୟଭାଗ ବେଳକୁ ଦେଶରୁ ପୁଣି ଧୀରେ ଧୀରେ ‘ଲକ୍ଡାଉନ୍’ ହଟା ଯାଇପାରିବ।
Comments are closed.