Odisha Link
Bridging the Missing Links in Odisha

ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ: ଏଣିକି ପ୍ରତି ଶନିବାର ଓ ରବିବାର ବନ୍ଦ ରହିବ ଶ୍ରୀମନ୍ଦିର। କରୋନା ସଂକ୍ରମଣ ହାରକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୨୪ ତାରିଖ ଠାରୁ ଏହି କଟକଣା ଲାଗୁ ହେବ।

ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ ଛତିଶା ନିଯୋଗ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବିଭିନ୍ନ ସେବାୟତ ନିଯୋଗର ପ୍ରତିନିଧି ମଧ୍ୟ ବୈଠକରେ ସାମିଲଥିଲେ।

ଏହାସହ ଏଣିକି ବାହାର ଭକ୍ତଙ୍କ ପାଇଁ RTPCR ନେଗେଟିଭ୍ ରିପୋର୍ଟ ମଧ୍ୟ ବାଧ୍ୟତାମୂଳକ କରାଯାଇଛି । କିମ୍ବା ଦୁଇ ପର୍ଯ୍ୟାୟ ଟିକା ନେଇଥିବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି । ଶ୍ରୀମନ୍ଦିର ଭିତରେ ବାହାର କାଠ ନିକଟରୁ ହେବ ସର୍ବସାଧାରଣ ଦର୍ଶନ । ଆସନ୍ତା ୨୪ ତାରିଖରୁ ଏହି ନିୟମ ଲାଗୁ ହେବ।