Odisha Link
Bridging the Missing Links in Odisha

ତାମିଲ କ୍ୟାବିନେଟ୍‌ରେ ଗାନ୍ଧୀ ଓ ନେହରୁ

ଚେନ୍ନାଇ: ତାମିଲନାଡ଼ୁରେ ସଦସ୍ୟ ଗଢ଼ାଯାଇଥିବା ଡିଏମ୍‌କେ ସରକାରରେ ୩୪ ଜଣ ବିଧାୟକଙ୍କୁ ମନ୍ତ୍ରୀପଦ ମିଳିିବା ବେଳେ ଏଥିରେ ଏମିତି କିଛି ବ୍ୟକ୍ତି ସମାିଲ ହୋଇଛନ୍ତି ଯାହାଙ୍କ ନାମକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ତାମିଲନାଡ଼ୁ କ୍ୟାବିନେଟ୍‌ରେ ବିଶ୍ବପ୍ରସିଦ୍ଧ ବାମପନ୍ଥୀ ନେତା ଷ୍ଟାଲିନ୍‌ଙ୍କ ନାମଧାରୀ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଭାରତୀୟ ରାଜନୀତିର ଚର୍ଚ୍ଚିତ ଚେହେରା ଗାନ୍ଧୀ ଓ ନେହରୁ ସଜ୍ଞାଧାରୀ ବ୍ୟକ୍ତି ମଧ୍ୟ ଅଛନ୍ତି।

ଡିଏମ୍‌କେ ନେତା ଏମ୍‌କେ ଷ୍ଟାଲିନ୍‌ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ଅସଲରେ ଜୋସେଫ୍‌ ଷ୍ଟାଲିନ ନାମଧାରୀ ବାମପନ୍ଥୀ ନେତା ଥିଲେ ସଂଯୁକ୍ତ ରୁଷର ଅନ୍ୟତମ ପ୍ରସିଦ୍ଧ ପ୍ରଧାନମନ୍ତ୍ରୀ। ସେହିପରି ଷ୍ଟାଲିନ୍‌ଙ୍କ କ୍ୟବିନେଟ୍‌ରେ କେଏନ୍‌ ନେହରୁ ପୌର ପ୍ରଶାସନ, ନଗର ଓ ଜଳଯୋଗାଣ ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି। ଆର୍‌ ଗାନ୍ଧୀ ନାମକ ଆଉ ଜଣେ ବିଧାୟକ ହସ୍ତତନ୍ତ, ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗର ମନ୍ତ୍ରୀ ହୋଇଛନ୍ତି।