Odisha Link
Bridging the Missing Links in Odisha

ମାସ୍କ ମୁକ୍ତ ହେଲା ଆମେରିକା

ନୂଆଦିଲ୍ଲୀ: ମାସ୍କ ମୁକ୍ତ ହେଲା ଆମେରିକା। ସାରା ବିଶ୍ୱ କରୋନାରେ ମହାମାରୀକୁ ମାତ ଦେବା ପାଇଁ ମାସ୍କ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା। ଆମେରିକାରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ ନୁହେଁ। ଆମେରିକାବାସୀଙ୍କୁ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ ବୋଲି ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(ସିଡିସି) ପକ୍ଷରୁ କୁହାଯାଇଛି।

ସିଡିସିର ଘୋଷଣା ପରେ ରାଷ୍ଟ୍ରପତି ଜୋ ବାଇଡେନ ବିନା ମାସ୍କରେ ଆଗକୁ ଆସିବା ସହ ଏହା ଆମେରିକାର ଐତିହାସିକ ସଫଳତା ବୋଲି କହିଛନ୍ତି। ଆମେରିକାରେ ଶତପ୍ରତିଶତ ସମ୍ପୂର୍ଣ୍ଣ ଟିକାକରଣ ହୋଇଥିବା ବାଇଡେନ କହିଛନ୍ତି।

ବାଇଡେନ ପ୍ରଶାସନ ପକ୍ଷରୁ କୁହାଯାଇଛି, ଯେଉଁ ବ୍ୟକ୍ତି କରୋନାର ଦୁଇଟି ଡୋଜ ନେଇସାରିଛନ୍ତି ସେମାନେ ବିନା ମାସ୍କ ଓ ବିନା ସାମାଜିକ ଦୂରତାରେ ନିଜର ଗତିବିଧି ଆରମ୍ଭ କରିପାରିବେ।