ସ୍ଫୁଟନିକ-ଭି ଟିକା ଦର ଘୋଷଣା
ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ବଢି ଚାଲିଛି। କରୋନାକୁ ମାତ ଦେବା ପାଇଁ ଏବେ ସାରା ଦେଶରେ ଟିକାକରଣ ଅଭିଯାନ ଚାଲିଥିବା ବେଳେ ରୁଷୀୟ ଟିକା ସ୍ଫୁଟନିକ -ଭି ଦର ପ୍ରକାଶ କରିଛି ଡ. ରେଡ୍ଡୀ ଲ୍ୟାବ।
ସ୍ଫୁଟନିକ -ଭି ଡୋଜ ପିଛା ଦର ୯୪୮ ଟଙ୍କା ପଡ଼ିବ ବୋଲି ଡ. ରେଡ୍ଡୀ ଲ୍ୟାବ ପକ୍ଷରୁ କୁହାଯାଇଛି। ୫ ପ୍ରତିଶତ ଜିଏସଟି ପରେ ଦର ପାଖାପାଖି ୯୯୫ ଟଙ୍କା ପଡ଼ିବ ବୋଲି ସୂଚନା ମିଳିଛି। ଅନ୍ୟପକ୍ଷରେ ସ୍ଫୁଟନିକ-ଭି ଟିକାକରଣ ମଧ୍ୟ ଡକ୍ଟର ରେଡ୍ଡୀ ଆରମ୍ଭ କରିଛି। ହାଇଦ୍ରାବାଦରେ ଡକ୍ଟର ରେଡ୍ଡୀ ସ୍ଫୁଟନିକ-ଭିର ପ୍ରଥମ ଟିକା ଦେଇଥିବା ଜଣାଯାଇଛି।