Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ ରାହୁଲ ଓ ଦିଶା

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହେଲେ ବିଗ୍ ବସ୍ ୧୪ ଫେମ୍‌ ରାହୁଲ ବୈଦ୍ୟ ଏବଂ ଦିଶା ପରମାର। ବହୁ ଦିନର ଅପେକ୍ଷା ପରେ ଦୁହେଁ ଆଜି ବିବାହ କରିଛନ୍ତି। ଦୁଇଜଣଙ୍କ ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ରାହୁଲ୍ ବର ବେଶ ସାଜି ମଣ୍ଡପରେ ପହଞ୍ଚି ଥିବା ବେଳେ ଦିଶା ମଧ୍ୟ କନିଆ ବେଶରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

କରୋନା ପ୍ରୋଟୋକଲକୁ ଧ୍ୟାନରେ ରଖି ମୁମ୍ବାଇରେ ଦୁହିଁଙ୍କ ବିବାହ ହୋଇଛି। ଏହି ବିବାହରେ ରାହୁଲଙ୍କ ବନ୍ଧୁମାନେ ସମାନ ଡ୍ରେସରେ ନଜର ଆସିଛନ୍ତି। ରାହୁଲ ତାଙ୍କ ବିବାହରେ ଏକ ଧଳା ଶେରୱାନି ପିନ୍ଧିଛନ୍ତି, ଯେହା ସହିତ ସେ ଏକ ସୁବର୍ଣ୍ଣ ପଗଡି ପିନ୍ଧିଛନ୍ତି। ଏହି ସମୟରେ, ଦିଶା ପରମାରଙ୍କୁ ଲାଲ ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଛି।

ବିବାହ ମଣ୍ଡପରୁ କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଉଭୟ ପରସ୍ପରକୁ ରିଙ୍ଗ ଏବଂ ବରମାଳା ପିନ୍ଧାଉଥିବାର ନଜର ଆସିଛନ୍ତି।