Odisha Link
Bridging the Missing Links in Odisha

IND VS ENG: ପ୍ରଥମ ଟେଷ୍ଟ ମ୍ୟାଚ୍‌ ଡ୍ର

ନର୍ଟିଂହାମ୍: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବର୍ଷାର ବିଜୟ। ନର୍ଟିଂହାମରେ ଖେଳାଯାଉଥିବା ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଡ୍ର ଘୋଷଣା କରାଯାଇଛି। ପ୍ରଥମ ଟେଷ୍ଟର ଶେଷ ଅର୍ଥାତ ପଞ୍ଚମ ଦିନର ସଂପୂର୍ଣ୍ଣ ଖେଳ ବର୍ଷାରେ ଧୋଇ ହୋଇ ଯାଇଛି। ଗୋଟିଏ ବି ବଲ୍ ନପଡିବାରୁ ବାଧ୍ୟ ହୋଇ ମ୍ୟାଚ୍ ରେଫରୀ ମ୍ୟାଚ୍ ଟେଷ୍ଟ ଡ୍ର ଘୋଷଣା କରିଛନ୍ତି।

ଭାରତକୁ ୨୦୯ ରନର ବିଜୟ ଲକ୍ଷ୍ୟ ମିଳିଥିବା ବେଳେ ୫ମ ଦିନରେ ବର୍ଷା ହେବାରୁ ମ୍ୟାଚକୁ ଡ୍ର ଘୋଷଣା କରାଯାଇଛି। ଭାରତୀୟ ଦଳ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ଦ୍ଵିତୀୟ ଇନିଂସରେ ଏକ ଓ୍ଵିକେଟ୍ ହରାଇ ୫୨ ରନ କରିଥିଲା। ଭାରତକୁ ବିଜୟ ପାଇଁ ଆଉ ୧୫୭ ରନର ଆବଶ୍ୟକତା ଥିବାବେଳେ ୫ମ ଦିନ ବାଧକ ସାଜିଥିଲା ବର୍ଷା। କ୍ରିଜରେ ରୋହିତ ଶର୍ମା ୧୨ ଓ ଚେତେଶ୍ଵର ପୂଜାରା ୧୨ ରନ କରି ଅପରାଜିତ ଥିଲେ। ହେଲେ ପଞ୍ଚମ ଦିନରେ ବର୍ଷା ଯୋଗୁଁ ମ୍ୟାଚ୍ ଆରମ୍ଭ ହୋଇ ପାରି ନଥିଲା। ଭାରତକୁ ଶେଷ ଦିନରେ ଜିତିବାକୁ ୧୫୭ ରନ ଦରକାର ଥିବା ବେଳେ ଇଂଲଣ୍ଡକୁ ଲୋଡା ଥିଲା ୯ ଓ୍ଵିକେଟ୍। ହେଲେ ବର୍ଷା ସବୁ ବିଗାଡି ଦେଇଛି।

Leave A Reply

Your email address will not be published.