ସମୁଦ୍ରରେ ଲୀନ ହୋଇଯିବ ଦେଶର ୧୨ ସହର, ଓଡ଼ିଶାର ଏହି ସ୍ଥାନ ସାମିଲ

ନୂଆଦିଲ୍ଲୀ: ୨୧୦୦ ମସିହା ବେଳକୁ ଭାରତର ୧୨ ଉପକୂଳବର୍ତ୍ତୀ ସହର ପାଣିରେ ବୁଡ଼ିଯିବ। ଅର୍ଥାତ୍ ଆଉ ୭୯ ବର୍ଷ ପରେ ସମୁଦ୍ର ଗର୍ଭରେ ଲୀନ ହେବ ଦେଶର ପ୍ରମୁଖ ୧୨ ସହର। କାରଣ କ୍ରମାଗତ ତାପମାତ୍ରା ବଢୁଥିବାରୁ ଆର୍ଣ୍ଟକଟିକା ଅର୍ଥାତ ଉତ୍ତରମେରୁରେ ଜମା ବରଫ ତରଳିବାରେ ଲାଗିଛି। ଏଥିରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟୁଛି। ଏହାରି ପ୍ରଭାବରେ ମୁମ୍ବାଇ, ଚେନ୍ନାଇ, କୋଚି ପରି ଅନେକ ସହରରକୁ ପାଣି ମାଡି ଆସିବ। ଏନେଇ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ସି ଲେବଲ ପ୍ରୋଜେକ୍ସନ ଟୁଲ୍ରେ ଖୁଲାସା କରିଛି।
ନାସାର ରିପୋର୍ଟ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ଦୁନିଆ ପ୍ରଚଣ୍ଡ ଖରାରେ କଲବଲ୍ ହେବ। ଅଙ୍ଗାରକାମ୍ଳ ନିର୍ଗତ ଓ ପ୍ରଦୂଷଣ ଉପରେ ନିୟନ୍ତ୍ରଣ କରାନଗଲେ ତାପମାତ୍ରା ହାରାହାରି ୪.୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ଘଟିବ। ଆଗାମୀ ଦୁଇ ଦଶନ୍ଧିରେ ତାପମାତ୍ରା ୧.୫ ଡିଗ୍ରୀ ସେଲସିୟସ ବୃଦ୍ଧି ଘଟିବ।
As communities across the world prepare for the impacts of sea level rise, a new visualization tool provided by @NASAClimate & @IPCC_CH gives users the ability to see what sea levels will look like anywhere for decades to come. Discover more: https://t.co/VAST2xSOyE pic.twitter.com/nePqLntrqv
— NASA (@NASA) August 9, 2021
ନାସାର ପ୍ରୋଜେକ୍ସନ ଟୁଲ୍ରେ ସମଗ୍ର ଦୁନିଆର ଏକ ନକ୍ସା ପ୍ରସ୍ତୁତ କରାଯାଇ ଦର୍ଶାଯାଇଛି ଯେ, କେଉଁ ବର୍ଷ ଦୁନିଆର କେଉଁ ଅଞ୍ଚଳରେ ସମୁଦ୍ରର ଜଳସ୍ତର ବୃଦ୍ଧି ଘଟିବ। ଆଇପିସିସି ପ୍ରତି ୫ ରୁ ୭ ବର୍ଷରେ ସମଗ୍ର ଦୁନିଆର ପାଣିପାଗର ରିପୋର୍ଟ ଦେଇଥାଏ। ଏଥର ମିଳିଥିବା ରିପୋର୍ଟ ବହୁତ ଭୟାବହ ରହିଛି। ପ୍ରଥମ ଥର ନାସା ପୂରା ଦୁନିଆରେ ଆଗାମୀ କିଛି ଦଶନ୍ଧିରେ ବଢିବାକୁ ଥିବା ଜଳସ୍ତର ମାପିବା ପାଇଁ ଏକ ନୂତନ ଟୁଲ୍ ପ୍ରସ୍ତୁତ କରିଛି। ଏହି ଟୁଲ୍ ଦୁନିଆର ସମସ୍ତ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରର ଜଳସ୍ତର ମାପି ପାରିବ।
ନାସା ରିପୋର୍ଟ ଅନୁଯାୟୀ, ୨୧୦୦ ମସିହା ସୁଦ୍ଧା ଭାରତର ୧୨ ସହର ପାଖାପାଖି ଅଢେଇ ଫୁଟ୍ ସମୁଦ୍ର ଜଳରେ ଲୀନ ହୋଇଯିବ। କାରଣ ସେତେବେଳକୁ ଏତେ ଗରମ ବଢି ଯାଇଥିବ ଯେ, ଗ୍ଲାସିୟର ତରଳିବ ଏବଂ ଜଳସ୍ତର ବୃଦ୍ଧି ଘଟିବ। ସବୁଠୁ ଅଧିକ ଯେଉଁ ସହର ପ୍ରତି ଅଧିକ ବିପଦ ରହିଛି, ସେ ହେଉଛି ଭାବନଗର ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି।
ଅପରପକ୍ଷେ ଆଗାମୀ ୧୦ ବର୍ଷରେ ଦେଶର ୧୨ ସହରରେ ସମୁଦ୍ର ଜଳସ୍ତର କେତେ ବଢିବ ତାହାର ଅନୁମାନ ସହଜରେ ଲଗାଯାଇ ପାରିବ। କାଣ୍ଡଲା, ଓଖା ଓ ମୋରଗୁମାଓରେ ୩.୫୪ ଇଞ୍ଚ, ଭାବନଗରରେ ୬.୨୯ ଇଞ୍ଚ, ମୁମ୍ବାଇରେ ୩.୧୩ ଇଞ୍ଚ, ଟୁଟିକୋରିନ, ପାରାଦ୍ଵୀପ ଓ ମାଙ୍ଗାଲୋରରେ ୨.୭୫ ଇଞ୍ଚ ଓ ବିଶାଖାପାଟଣାରେ ୨.୩୬ ଇଞ୍ଚ ସମୁଦ୍ର ଜଳସ୍ତର ବଢିପାରେ ବୋଲି ଆକଳନ କରାଯାଇଛି।
ଏହି ୧୨ ସହର ପ୍ରତି ରହିଛି ବିପଦ:
କାଣ୍ଡାଲା, ଓଖା, ଭାଉନଗର, ମୁମ୍ବାଇ, ମୋରମୁଗାଓ, ମାଙ୍ଗାଲୋର, କୋଚିନ୍, ପାରାଦୀପ, ଖିଦିରପୁର, ବିଶାଖାପାଟଣାମ, ଚେନ୍ନାଇ, ଟୁଟିକୋରିନ ଆଦି ସ୍ଥାନ ସମୁଦ୍ରରେ ଲୀନ ହୋଇଯିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି।