Odisha Link
Bridging the Missing Links in Odisha

ଲର୍ଡସ୍‌ରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ

ଲଣ୍ଡନ: ଐତିହାସିକ ଲର୍ଡସ୍‌ ଗ୍ରାଉଣ୍ଡରେ ଟିମ୍‌ ଇଣ୍ଡିଆର ଦମଦାର ବିଜୟ। ଇଂଲଣ୍ଡକୁ ମାତ୍‌ ଦେଇ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ଜିତି ନେଇଛି ବିରାଟ ବାହିନୀ। ରୋମାଞ୍ଚକର ମ୍ୟାଚରେ ଟିମ୍‌ ଇଣ୍ଡିଆ ଦମଦାର ପ୍ରଦର୍ଶନ କରି ଇଂଲଣ୍ଡ ମାଟିରେ ଇଂଲଣ୍ଡକୁ ମାତ୍‌ ଦେବାରେ ସଫଳ ହୋଇଛି। ଟିମ୍‌ ଇଣ୍ଡିଆ ଦ୍ବିତୀୟ ଟେଷ୍ଟ ମ୍ୟାଚକୁ ୧୫୧ ରନରେ ଜିତି ନେଇଛି। ଏଥିସହିତ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ।