Odisha Link
Bridging the Missing Links in Odisha

୨ ବର୍ଷର ଶିଶୁକୁ ଦିଆଗଲା ପ୍ରଥମ କରୋନା ଟିକା

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ପ୍ରଥମେ ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି।

ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପୂର୍ବରୁ ଏହି ଦେଶ ୧୨ବର୍ଷରୁ ଅଧିକ ବୟସ୍କ ପିଲାମାନଙ୍କୁ କାରୋନା ଟିକା ଦେବା ଆରମ୍ଭ କରିଥିଲା। ଏବେ ୨ ବର୍ଷର ପିଲାମାନଙ୍କୁ ଏଠାରେ କରୋନା ଟିକା ଦିଆଯାଇଛି। ଶିଶୁଙ୍କୁ ଟିକା ଦେବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇଛି।

ସୂଚନା ମୁତାବକ, କ୍ୟୁବାରେ ଲୋକଙ୍କୁ ବର୍ତ୍ତମାନ କରୋନା ଟିକାର ଦୁଇଟି ଡୋଜ ଦିଆଯାଉଛି। ଏଥିରେ ଅବଦଲା ଏବଂ ସୋବ୍ରାନା ଟିକା ସାମିଲ ଅଛି। ପିଲାମାନଙ୍କ ଉପରେ ଏହି ଟିକାଗୁଡ଼ିକର କ୍ଲିନିକାଲ୍ ପରୀକ୍ଷା ସରିଛି। କିନ୍ତୁ ଏଯାଏଁ ସେମାନେ ପିଲାଙ୍କୁ ଏହି ଟିକା ଦେବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଠାରୁ ସ୍ୱୀକୃତି ପାଇନାହାଁନ୍ତି।

ସେପ୍ଟେମ୍ବର ୩ରେ ୧୨ରୁ ଅଧିକ ବୟସ୍କ ପିଲାଙ୍କୁ କରୋନା ଟିକା ଦେବା ଆରମ୍ଭ ହୋଇଥିଲା। ଏହାପରେ ସୋମବାର ଠାରୁ ଦେଶରେ ୨ରୁ ୧୧ ବର୍ଷୀୟ ପିଲାଙ୍କୁ ଟିକା ଦେବା ଆରମ୍ଭ ହୋଇଛି। କ୍ୟୁବାର ସିଏନଫୁଏଗୋସ୍ ସହରରେ ଏହି ବୟସ ବର୍ଗର ପିଲାମାନଙ୍କୁ ଟିକା ଦିଆଯାଇଛି।

Leave A Reply

Your email address will not be published.