Odisha Link
Bridging the Missing Links in Odisha

ପଞ୍ଜାବ ନିର୍ବାଚନ: ପୂର୍ବତନ ଷ୍ଟାର କ୍ରିକେଟରଙ୍କ ରାଜନୈତିକ ଇନିଂସ୍‌ ଆରମ୍ଭ

ନୂଆଦିଲ୍ଲୀ: ୨୦୨୨ରେ ଅନୁଷ୍ଠିତ ହେବ ପଞ୍ଜାବ ବିଧାନସଭା ନିର୍ବାଚନ। ଏହାପୂର୍ବରୁ ରାଜ୍ୟଠୁ ଆରମ୍ଭ କରି ଜାତୀୟ ରାଜନୀତି ସରଗରମ। ଏସବୁ ମଧ୍ୟରେ ରାଜନୈତିକ ଇନିଂସ୍‌ ଆରମ୍ଭ କରିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର କ୍ରିକେଟର ଦୀନେଶ ମୋଙ୍ଗିଆ। ସେ ମଙ୍ଗଳବାର ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି।

ଦୀନେଶ ମୋଙ୍ଗିଆ ଭାରତ ପକ୍ଷରୁ ୫୭ଟି ଦିନିକିଆ ମ୍ୟାଚ୍‌ ଖେଳିଛନ୍ତି। ସେ ୨୦୦୧ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଡେବ୍ୟୁ କରିଥିଲେ। ଏଥିସହିତ ୨୦୦୩ ଦିନିକିଆ ବିଶ୍ବକପ୍‌ ଦଳର ଖେଳାଳି ମଧ୍ୟ ଥଲେ। ସେ ଶେଷଥର ପାଇଁ ୨୦୦୭ ମସିହାରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ। ୨୦୧୯ ମସିହାରେ ଦୀନେଶ ମୋଙ୍ଗିଆ କ୍ରିକେଟକୁ ବାଏ ବାଏ କରିଥିଲେ।

ଦୀନେଶ ମୋଙ୍ଗିଆ ପାଖାପାଖୀ ୬ ବର୍ଷ ବର୍ଷ ପର୍ଯ୍ୟନ ଟିମ୍‌ ଇଣ୍ଡିଆର ସଦସ୍ୟ ଥିଲେ। ସେ ୫୭ଟି ଦିନିକିଆ ମ୍ୟାଚ୍‌ ଖେଳି ଗୋଟିଏ ଶତକ ଓ ୪ ଅର୍ଦ୍ଧଶତକୀୟ ଇନିଂସ୍‌ ଖେଳିଛନ୍ତତି। ଦିନିକିଆରେ ୧୨୩୦ ରନ୍‌ କରିଥିବା ଦୀନେଶ ମୋଙ୍ଗିଆ ୧୪ଟି ଓ୍ବିକେଟ ମଧ୍ୟ ନେଇଛନ୍ତି। ମୋଙ୍ଗିଆ ପ୍ରଥମ ମ୍ୟାଚରେ ମାତ୍ର ୨ ରନ୍‌ କରିଥିଲେ। ଗୋହ୍ବାଟିରେ ଜିମ୍ବାଓ୍ବେ ବିପକ୍ଷରେ ଦୀନେଶ ମୋଙ୍ଗିଆ ପ୍ରଥମ ଶତକୀୟ ଇନିଂସ୍‌ ଖେଳିଥିଲେ। କ୍ରିକେଟ ମଇଦାନରେ କମାଲ କରି ସାରିଥିବା ଦୀନେଶ ରାଜନୈତିକ ମଇାଦାନରେ କେତେ ସଫଳ ହେଉଛନ୍ତତି ତାହା ଆଭାମୀ ଦିନରେ ଜଣାପଡ଼ିବ।

Leave A Reply

Your email address will not be published.