Odisha Link
Bridging the Missing Links in Odisha

‘ମୁଁ ଦେଶଭକ୍ତ, ରାଷ୍ଟ୍ରବାଦୀ ନୁହେଁ’

ଓଏଲ୍‌ ବ୍ୟୁରୋ: କରୋନା କଟକଣାରେ ବି ନିର୍ବାଚନ ତାତି। ଶୀତ ଦିନେବି ଉତ୍ତର ପ୍ରଦେଶରେ ଗରମ ହାଓ୍ବା। କାରଣ ଫେବୃଆରୀ ୧୦ ତାରିଖରେ ହେବ ଉତ୍ତର ପ୍ରଦେଶ ନିର୍ବାଚନ। ଯାହାପାଇଁ ରାଜ୍ୟ ରାଜନୀତିଠୁ ଆରମ୍ଭ କରି ଜାତୀୟ ରାଜନୀତି ପର୍ଯ୍ୟନ୍ତ ମାହୋଲ ସରଗରମ। ଚଳିତଥର ମୁଖ୍ୟତଃ ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ଦେଖିବାକୁ ମିଳିବ କଡ଼ା ଟକ୍କର।ଏସବୁ ମଧ୍ୟରେ ଏଆଇଏମ୍‌ଆଇଏମ୍‌ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସି ଉଭୟ ବିଜେପି ଓ ସମାଜବାଦୀ ପାର୍ଟିକୁ କରିଛନ୍ତି ଟାର୍ଗେଟ।

ଓଓ୍ବେସି ଏକ ସାକ୍ଷାତକାରରେ କହିଛନ୍ତି ଯେ, ଭାରତୀୟ ଜନତା ପାର୍ଟି ଏବଂ ସମାଜବାଦୀ ପାର୍ଟି ମଧ୍ୟରେ ହେଉଥିବା ବିଶାଳ ଲଢ଼େଇ କେବଳ ନକଲ। ଉଭୟ ଦଳ ପରସ୍ପରର ନୀତିକୁ ନକଲ କରିବାର କୌଣସି ଅର୍ଥ ନାହିଁ ବୋଲି କହିଛନ୍ତି ଓଓ୍ବେସି।

ସେ ଆହୁରି କହିଛନ୍ତି ଯେ, ମୁଁ ଜଣେ ଦେଶଭକ୍ତ। କିନ୍ତୁ ରାଷ୍ଟ୍ରବାଦୀ ନୁହେଁ। ଜଣେ ଦେଶଭକ୍ତ ଯିଏ ସରକାରଙ୍କ ଦ୍ୱାରା ନିଆଯାଇଥିବା ଅସାମ୍ବିଧାନିକ ପଦକ୍ଷେପ ବିରୁଦ୍ଧରେ ଠିଆ ହେବାକୁ ପ୍ରସ୍ତୁତ। ଏହି ଅନ୍ଧ ହିନ୍ଦୁ ରାଷ୍ଟ୍ରବାଦୀମାନେ ସେମାନେ କିଛି କୁହନ୍ତି ନାହିଁ। ସେମାନେ ଆଖି ବନ୍ଦ କରି ଦେଇଛନ୍ତି, ଭାବିବା ବନ୍ଦ କରି ଦେଇଛନ୍ତି।

Leave A Reply

Your email address will not be published.