Odisha Link
Bridging the Missing Links in Odisha

ଆଜିଠୁ କମିବ ଶୀତ, ଫେବ୍ରୁଆରୀ ୧୬ରୁ ବର୍ଷା

ଭୁବନେଶ୍ବର: ଚଳିତ ସପ୍ତାହରେ ଶେଷହେବ ଶୀତଋତୁ। ଆଜିଠାରୁ ରାତି ତାପମାତ୍ରା ବଢ଼ିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଗାମୀ ଦୁଇଦିନ ଯାଏଁ ରାଜ୍ୟରେ ଜଳବାୟୁ ଶୁଷ୍କ ରହିବ। ତେବେ ଫେବ୍ରୁଆରୀ ୧୬ ତାରିଖରୁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ଜଣାଇଛି।

ସୂଚନା ଅନୁସାରେ ଫେବ୍ରୁଆରୀ ୧୪ରୁ ରାଜ୍ୟରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ବଢ଼ିବ। ଏହା ସହ ଚଳିତ ସପ୍ତାହରେ ଶୀତ ପ୍ରକୋପ ସମ୍ପୂର୍ଣ୍ଣ ହ୍ରାସ ପାଇବ। ଫେବ୍ରୁଆରୀ ୧୬ ତାରିଖରୁ ପଞ୍ଚିମ ଓଡ଼ିଶାରେ ଥିବା ନୂଆପଡ଼ା,ବରଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷା େବାର ସମ୍ଭାବନା ରହିଛି। ଏହା ସହ ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ପାଗ ମେଘୁଆ ରହିବ।