Odisha Link
Bridging the Missing Links in Odisha

ଚିରନିଦ୍ରାରେ ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ

୮୨ ବର୍ଷରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଓଏଲ୍ ବ୍ୟୁରୋ : ପରଲୋକରେ ଓଲିଉଡର ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ। ଅଭିନେତ୍ରୀ ଝରଣାଙ୍କର କଟକ ଚଣ୍ଡୀ ଛକ ସ୍ଥିତ ବାସଭବନରେ ଦେହାନ୍ତ ହୋଇଛି। ୮୨ ବର୍ଷରେ ବର୍ଷିୟାନ ଅଭିନେତ୍ରୀ ଝରଣା ଦାସଙ୍କର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

କଳାକାରର କେବେ ମୃତ୍ୟୁ ହୁଏନି ଏବଂ କଳାକାର ସବୁବେଳେ ତା କଳା ମାଧ୍ୟମରେ ବଞ୍ଚିରହେ। ତେଣୁ ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସ ଚର୍ଚ୍ଚିତ ସିନେମା ମାଧ୍ୟମରେ ସବୁବେଳେ ମାନେ ରହିବେ। ଅନେକ ଅଭିନୟ ସହ ଓଲିଉଡ ଜଗତରେ ତାଙ୍କର ବହୁ ଚର୍ଚ୍ଚିତ ସିନେମା ମଧ୍ୟରୁ ମଲାଜହ୍ନ, ଅଦିନ ମେଘ, ସମୟ ବଡ ବଳବାନ, ଅମଡା ବାଟ, ଶ୍ରୀଜଗନ୍ନାଥ, ନାରୀ, ହୀରାନୀଳା ଭଳି ଫିଲ୍ମରେ ଅଭିନୟ ଲୋକପ୍ରିୟତା ହାସଲ କରିଥିଲା। ଝରଣା ଦାସଙ୍କ ଦେହାନ୍ତ ଖବର ସାରା ଓଲିଉଡ୍ ପାଇଁ ଏକ ଦୁଃଖଦ ଖବର ହୋଇଥିବାବେଳେ ସାରା ଓଡିଶାବାସୀ ଏଭଳି ଲୋକପ୍ରିୟ କଳାକାରଙ୍କୁ ହରାଇ ମର୍ମାହତ।

Leave A Reply

Your email address will not be published.