Odisha Link
Bridging the Missing Links in Odisha

ନାଳରୁ ମିଳିଲା ମୃତଶରୀର

ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।

ଓଏଲ୍ ବ୍ୟୁରୋ : ସାମ୍ନାକୁ ଆସିଲା ବ୍ୟାଙ୍କ କର୍ମଚାରୀଙ୍କ ମୃତ ଖବର। ମନମୁଣ୍ଡା ବାଇପାସର ଏକ ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର। ମୃତକ ବ୍ୟାଙ୍କ କର୍ମଚାରୀ ଜଣକ ହେଉଛନ୍ତି ଦେଉଳି ଗ୍ରାମର ଚିତ୍ତରଞ୍ଜନ ନାଏକ। ମୃତ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନ ସୋନପୁର ୟୁନିୟନ ବ୍ୟାଙ୍କର କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।

ବିଳମ୍ବିତ ରାତିରେ ବ୍ୟାଙ୍କ କର୍ମଚାରୀ ଚିତ୍ତରଞ୍ଜନଙ୍କୁ ହତ୍ୟା କରାଯାଇ ନାଳରେ ଫିଙ୍ଗିଦେଇଥିବା ସନ୍ଦେହ କରାଯାଉଛି। ମୃତ ବ୍ୟାଙ୍କ କର୍ମଚାରୀଙ୍କ ଘଟଣା ସ୍ଥଳରେ ମନମୁଣ୍ଡା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ସକାଳ ସମୟରେ କିଛି ଲୋକ ପ୍ରାତଃ ଭ୍ରମଣ କରୁଥିବା ସମୟରେ ପୋଲ ତଳେ ନାଳରେ ଦେଖିବାକୁ ପାଇଥିଲେ। ମୃତଶରୀର ଶରୀର ସହ ପାଖରେ ମଦ ବୋତଲ, ଗ୍ଲାସ୍, ମୋବାଇଲ୍, ପାୱାର ବ୍ୟାଙ୍କ୍ ଆଦି ପଡିଥିବା ଦେଖିବାକୁ ମିଳିଥିଲା।ଏହି ଘଟଣାକୁ ଦେଖିବାପରେ ଉପସ୍ଥିତ ଲୋକମାନେ ମନମୁଣ୍ଡା ପୁଲିସକୁ ଖବର ଦେଇଥିବାବେଳେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ବ୍ୟାଙ୍କ କର୍ମଚାରୀଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ।

Leave A Reply

Your email address will not be published.