Odisha Link
Bridging the Missing Links in Odisha

ଆଜିଠୁ ଗଡ଼ିବ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟନ ଟ୍ରେନ୍

୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ ଟ୍ରେନ୍

ଓଏଲ୍‌ ବ୍ୟୁରୋ : ଭାରତ ଗୌରବ କାର୍ଯ୍ୟକ୍ରମ ଅନ୍ତର୍ଗତ ଶ୍ରୀଜଗନ୍ନାଥ ଯାତ୍ରା ପର୍ଯ୍ୟଟକ ଟ୍ରେନ୍ ଆଜି ଯାତ୍ରା ଆରମ୍ଭ କରିବାକୁ ଯାଉଛି। ରାଜଧାନୀ ଦିଲ୍ଲୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଯାତ୍ରାର ଶୁଭାରମ୍ଭ କରିବେ। ୮ ଦିନର ଯାତ୍ରାରେ ୪ ରାଜ୍ୟର ପ୍ରସିଦ୍ଧ ତୀର୍ଥ ସ୍ଥାନ ଦେଇ ଯିବ ଟ୍ରେନ୍। ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ ଓ ଓଡ଼ିଶାର ପ୍ରମୁଖ ତୀର୍ଥସ୍ଥଳୀ ଏବଂ ଐତିହ୍ୟସ୍ଥଳୀ ପରିଦର୍ଶନ ଯିବ ଟ୍ରେନ୍।

ପୁରୀର ଜଗନ୍ନାଥ ମନ୍ଦିର ବ୍ୟତୀତ ଝାଡ଼ଖଣ୍ଡର ପ୍ରାଚୀନ ପବିତ୍ର ସହର ବାରଣାସୀ, ଗୟା ଓ ଦେଓଘରର ବୈଦ୍ୟନାଥ ଧାମ ମନ୍ଦିରକୁ ମଧ୍ୟ ଯିବେ। ଦିଲ୍ଲୀ ସଫଦରଜଙ୍ଗ ଷ୍ଟେସନରୁ ରେଳ ଯାତ୍ରା ଆରମ୍ଭ କରିବା ସହ ବାରଣାସୀରେ ଏହାର ପ୍ରଥମ ଷ୍ଟପେଜ୍ ହୋଇଥିବା ସୂଚନା। ପର୍ଯ୍ୟଟକମାନେ ଗାଜିଆବାଦ, ଆଲିଗଡ଼, ଟୁଣ୍ଡଲା, ଇଟାଓ୍ବା, କାନପୁର ଏବଂ ଲକ୍ଷ୍ନୌ ଷ୍ଟେସନରେ ଟ୍ରେନରେ ଚଢ଼ିବା କିମ୍ବା ଓହ୍ଲାଇବାର ବିକଳ୍ପ ରହିବ। ଏହି ଟୁରିଷ୍ଟ ଟ୍ରେନ୍ ଆଜିଠୁ ଦିଲ୍ଲୀର ସଫଦରଜଙ୍ଗ ରେଲଓ୍ବେ ଷ୍ଟେସନରୁ ଯାତ୍ରା ଆରମ୍ଭ କରି ଫେବୃଆରୀ ୧ ତାରିଖରେ ଫେରିବ।