Odisha Link
Bridging the Missing Links in Odisha

ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ

ଫଳରେ ବାଇକ୍‌ରେ ନିଆଁ ଲାଗି ଯିବା ସହ ଦୁହିଁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଓଏଲ୍‌ ବ୍ୟୁରୋ : କଟକ କନ୍ଦରପୁର ଟୋଲ ଗେଟ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଅଭାବନୀୟ ଘଟଣାର ସମ୍ମୁଖୀନ ହୋଇଛନ୍ତି ୨ ବାଇକ ଆରୋହୀ। ଗତକାଲି ରାତି ପ୍ରାୟ ୨ଟା ସମୟରେ କଟକ-ପାରାଦ୍ବୀପ ରାସ୍ତାରେ ୨ ଜଣ ବାଇକ୍‌ ଯୋଗେ ଯାଉଥିବା ବେଳେ ରାସ୍ତା ପାର୍ଶ୍ବରେ ଛିଡା ହୋଇଥିବା ଏକ ମିକ୍ସର ମେସିନକୁ ଧକ୍କା ଦେଇଥିଲେ। ଫଳରେ ବାଇକ୍‌ରେ ନିଆଁ ଲାଗି ଯିବା ସହ ଦୁହିଁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା।

ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିବା ୨ ଗୁରୁତର ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଛନ୍ତି। ଦୁର୍ଘଟଣାର ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥାଳରେ ପହଞ୍ଚି କଂକ୍ରିଟ ମିକ୍ସର ମେସିନକୁ ଜବତ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି।

Leave A Reply

Your email address will not be published.