ଅନ୍ଲାଇନ୍ ଚିଟ୍ଫଣ୍ଡ ମାମଲା: ବନ୍ଧା ହେଲା ସାଇବର ଲୁଟେରା
ଅଭିଯୋଗ କ୍ରମେ ବିଭିନ୍ନ ଆପ୍ର ୭୫ ଲକ୍ଷ ଟଙ୍କା ଇଓଡବ୍ଲୁ ଫ୍ରିଜ୍ କରିଛି

ଓଏଲ୍ ବ୍ୟୁରୋ: ଅନ୍ଲାଇନ୍ ଚିଟ୍ଫଣ୍ଡ ବିରୋଧରେ ଇଓଡବ୍ଲୁ ଦ୍ୱାରା କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବିଭିନ୍ନ ସେଲିବ୍ରିଟିଙ୍କ ଫଟୋ ଜାଲିଆତି କରି ବିଭିନ୍ନ ଆପ୍ ଦ୍ୱାରା ଲୋକଙ୍କୁ ଠକେଇ କରୁଥିବା ଅନେକ ଅଭିଯୋଗ ସାମ୍ନାକୁ ଆସିଥିଲା। ଅଭିଯୋଗ କ୍ରମେ ବିଭିନ୍ନ ଆପ୍ର ୭୫ ଲକ୍ଷ ଟଙ୍କା ଇଓଡବ୍ଲୁ ଫ୍ରିଜ୍ କରିଛି। ଏହା ସହ ଘଟଣାରେ ସମ୍ପୃକ୍ତ ସାଇବର ଠକଙ୍କୁ ଗିରଫ କରିଛି ପୁଲିସ।
ଖବର ଅନୁସାରେ, ବିଭିନ୍ନ ସେଲିବ୍ରିଟିଙ୍କ ଫଟୋ ଜାଲିଆତି କରି ଠକେଇ କରୁଥିଲେ ଅନ୍ଲାଇନ୍ ଲୁଟେରା। ଅମିତାଭ, ସଚିନ, ଅମ୍ବାନୀ, ଟାଟାଙ୍କ ଫଟୋ ବ୍ୟବହାର କରୁଥିଲେ। ସେଲିବ୍ରିଟିଙ୍କ ଫଟୋ ଲଗାଇ ଟଙ୍କା ଦୁଇଗୁଣର ଲୋଭ ଦେଖାଉଥିଲେ। ଏହି ଘଟଣାର ଅଭିଯୋଗ କ୍ରମେ ୧୪ଟି ବିଭିନ୍ନ ଆକାଉଣ୍ଟରେ ଥିବା ୭୫ ଲକ୍ଷ ଟଙ୍କା ଇଓଡବ୍ଲୁ ଦ୍ୱାରା ଫ୍ରିଜ୍ କରାଯାଇଛି।