ପୂର୍ବତନ ରେଳ କର୍ମଚାରୀଙ୍କ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳରେ ଅବସରପ୍ରାପ୍ତ ରେଳ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରଯାଇଛି। ମୃତ କର୍ମଚାରୀ ଜଣଙ୍କ ହେଲେ ନଗେନ୍ଦ୍ର କୁମାର ଦାଶ। ସେ ପଙ୍ଖାରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ନଗେନ୍ଦ୍ରଙ୍କ ସ୍ତ୍ରୀ ଆଜି ସକାଳେ ତାଙ୍କ ସମ୍ପର୍କୀୟଙ୍କ ଘରକୁ ଯାଇଥିବା ବେଳେ ତାଙ୍କ ପୁଅ କୌଣସି ଏକ କାମରେ ବାହାରକୁ ଯାଇଥିବା ଜଣା ପଡିଥିଲା। ଏହି ସମୟରେ ନଗେନ୍ଦ୍ର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଇଥିବା ବେଳେ ତାଙ୍କ ପଡୋଶୀ ନଗେନ୍ଦ୍ରଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।
Comments are closed.