ଅଚାନକ ମାଡ଼ିଗଲା ଗାଡ଼ି; ଆଖିବୁଝିଲେ ୪ ଶ୍ରମିକ

ଓଏଲ୍ ବ୍ୟୁରୋ: ବରଗଡ଼ରେ ଅଭାବନୀୟ ଘଟଣା ଘଟିଥିବା ଖବର ସାମ୍ନାକୁ ଆସିଛି। ୪ ଶ୍ରମିକଙ୍କ ଉପରେ ମାଡ଼ିଗଲା ବୋରୱେଲ୍ ଗାଡ଼ି। ମେଲଛାମୁଣ୍ଡା ଥାନା ବିର୍ଜାମ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଗାଡ଼ି ତଳେ ଶୋଇଥିବା ବେଳେ ୪ ଜଣଙ୍କ ଉପରେ ମାଡ଼ିଗଲା। ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଥିବା ସୂଚନା ରହିଛି। ସମସ୍ତ ମୃତାହତ ମଧ୍ୟପ୍ରଦେଶର ହୋଇଥିବା ସ୍ପଷ୍ଟ ହୋଇଛି।