Odisha Link
Bridging the Missing Links in Odisha

ଇଂଲଣ୍ଡ ବିପକ୍ଷ ପରାଜୟ ଛାଇରେ ଲୁଚିଗଲା ଶାମିଙ୍କ ବିଶ୍ବ ରେକର୍ଡ଼

ନୂଆଦିଲ୍ଲୀ: କ୍ରିକେଟ ବିଶ୍ବକପ୍‌ ୨୦୧୯ର ୩୮ ତମ ମ୍ୟାଚରେ ଟିମ୍‌ ଇଣ୍ଡିଆ ପେସ୍‌ ବୋଲର ମହମ୍ମଦ ଶାମି ଏକ ବିଶ୍ବ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। କିନ୍ତୁ ଟିମ୍‌ ଇଣ୍ଡିଆର ପରାଜୟ ଶାମିଙ୍କ ରେକର୍ଡ଼କୁ ଲୁଚାଇ ଦେଲା। ରବିବାର ଖେଳାଯାଇଥିବା ଭାରତ-ଇଂଲଣ୍ଡ ମ୍ୟାଚରେ ଇଂଲଣ୍ଡର ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲରଙ୍କୁ ପ୍ରତି ଓଭରରେ ଛକା ଚୌକାର ବର୍ଷା କରିଥିଲେ। ମହମ୍ମଦ ଶାମି ଦମଦାର ବୋଲିଂ କରିବା ସହିତ ୫ଟି ଓ୍ବିକେଟ ନେଇଥିଲେ। ଏଥି ସହିତ ଶାମି ତାଙ୍କ ୧୦ ଓଭରରେ ୬୯ ରନ୍ ଦେଇଥିଲେ।

ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ୍ ଅକ୍ତିଆର କରି ବିଶ୍ୱକପର ବଡ ରେକର୍ଡ ନିଜ ନାମରେ କରିଛନ୍ତି ଶାମି। ବିଶ୍ୱକପରେ ଅଳ୍ପ ମ୍ୟାଚରେ ୩୦ ୱିକେଟ୍ ନେବାରେ ସେ ପ୍ରଥମ ବୋଲର ହୋଇଛନ୍ତି। ଏବଂ ଏହା ସହ ସେ ବିଶ୍ୱ ରେକର୍ଡ କରିଛନ୍ତି । ବିଶ୍ୱକପରେ ମାତ୍ର ୧୦ଟି ମ୍ୟାଚରେ ୩୦ଟି ୱିକେଟ୍ ଅକ୍ତିଆର କରିଛନ୍ତି ଶାମି। ତାଙ୍କ ପଛକୁ ରହିଛନ୍ତି ଅଷ୍ଟ୍ରେଲିଆର ମିଚେଲ୍ ଷ୍ଟାର୍କ, ଯିଏକି ୧୦ଟି ମ୍ୟାଚରେ ୨୮ଟି ୱିକେଟ୍ ନେଇଛନ୍ତି। ତୃତୀୟ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କାର ଲସିଥ୍ ମାଲିଙ୍ଗା, ଯିଏକି ୧୦ଟି ମ୍ୟାଚରେ ୨୪ଟି ୱିକେଟ୍ ଅକ୍ତିଆର କରିଛନ୍ତି।

ଚଳିତ ବିଶ୍ୱକପରେ ଶାମି ମୋଟ୍ ୩ଟି ମ୍ୟାଚ୍ ଖେଳିଛନ୍ତି । ପ୍ରଥମ ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ବେଳେ ସେ ୪ଟି ୱିକେଟ୍ ନେଇଥିଲେ। ସେହିପରି ଦ୍ୱିତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୪ଟି ଏବଂ ନିଜ ତୃତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୫ଟି ୱିକେଟ୍ ନେଇଛନ୍ତି ଶାମି । ବିଶ୍ୱକପରେ କ୍ରମାଗତ ୩ଟି ମ୍ୟାଚରେ ୪ ଓ୍ବିକେଟ କିମ୍ବା ତାଠାରୁ ଅଧିକ ୱିକେଟ୍ ନେବାରେ ଶାମି ହେଉଛନ୍ତି ପ୍ରଥମ ଭାରତୀୟ।

Comments are closed.