Odisha Link
Bridging the Missing Links in Odisha

ପାଦ୍ରୀଙ୍କ ପାଗଳାମୀ: ମା’ ଅପ୍ରାକୃତିକ ଯୌନକ୍ରୀଡ଼ା କଲେ ସମଲିଙ୍ଗୀ ପୁତ୍ର ପ୍ରାପ୍ତହୁଅନ୍ତି

ସାଇପ୍ରସ୍: ବିଭିନ୍ନ ଧର୍ମଗୁରୁ ବା ବାବା ବା ତଥାକଥିତ ସାଧୁସନ୍ଥ ଭିନ୍ନ ଭିନ୍ନ ସମୟରେ ଧର୍ମ ନାମରେ ଅଯଥାର୍ଥ, ଅବୈଜ୍ଞାନିକ ଓ ଜନବିରୋଧୀ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସନ୍ତି। ଭାରତରେ ବହୁ ରାଜନେତା ବି ଏଭଳି ହାସ୍ୟାସ୍ପଦ ମନ୍ତବ୍ୟ ଦେବାର ନଜିର ରହିଛି। ଗାଈ ଅମ୍ଲଜାନ ଛାଡ଼େ ବୋଲି ହିନ୍ଦୁ ବାବା କହିଲେଣି ତ ତିନୋଟି ମାତ୍ର ଶବ୍ଦ କହି ପତ୍ନୀଙ୍କୁ ଛାଡ଼ପତ୍ର ଦେବା ସପକ୍ଷରେ ଯୁକ୍ତି ବାଢ଼ିଲେଣି ଇସଲାମ ପ୍ରବକ୍ତା। ପୁଣି କେଉଁଠି ମଞ୍ଚ ଉପରେ ହାଲେଲୁୟାଃ କହି କ୍ୟାନ୍ସର ଭୂତକୁ ତଡ଼ି ଦେଉଛନ୍ତି ପାଦ୍ରୀ।

ତେବେ କେବଳ ଭାରତରେ ନୁହେଁ, ବିଶ୍ବର ଅନ୍ୟ କୋଣରେ ମଧ୍ୟ ଧର୍ମଯାଜକମାନେ କିମ୍ଭୂତକିମାକାର ମତ ଦେଇ ବିବାଦକୁ ଆସୁଛନ୍ତି। ସେମିତି ଏକ ଘଟଣା ଘଟିଛି ୟୁରୋପର ସାଇପ୍ରସରେ। ମର୍ଫୋ ସହରର ଜଣେ ପାଦ୍ରୀ ନିଜ ବକ୍ତବ୍ୟରେ କହିଛନ୍ତି ଯେ, ମା’ଙ୍କ ଦୋଷରୁ ଗେ’ (ସମଲିଙ୍ଗୀ) ସନ୍ତାନ ଜାତ ହେଉଛନ୍ତି।

ଯେଉଁମାନେ ପ୍ରଖ୍ୟାତ ଲେଖକ ଶରତ ମହାନ୍ତିଙ୍କ ‘ସକ୍ରେଟିସ୍‌ ଓ ପ୍ଲାଟୋ’ ପୁସ୍ତକ ପଢ଼ିଥିବେ, ସେଥିରେ ଗେ’ମାନଙ୍କର ଉତ୍ପତ୍ତି ନେଇ ପ୍ଲାଟୋଙ୍କର ଏକ ମଜାଦାର ମନ୍ତବ୍ୟ ରହିଛି। କିନ୍ତୁ ସାଇପ୍ରସର ଏ ପାଦ୍ରୀ ମହାଶୟ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ଫ୍ଲାଟୋଙ୍କୁ ବଳିଯାଇଛି ଓ ସମଲିଙ୍ଗୀ ମହଲରେ ବେଶ୍‌ ପ୍ରତିକ୍ରିୟା ସୃଷ୍ଟି କରିଛି।

ନେଓଫିଟୋ ମାସୋରା ନାମକ ଏହି ବିଶପ୍‌ ଜଣକ କହିଛନ୍ତି,

ଗର୍ଭବତୀ ମହିଳାମାନେ ଗର୍ଭାବସ୍ଥାରେ ମଳଦ୍ବାରରେ ଯୌନକ୍ରୀଡ଼ା କରୁଥିବାରୁ ଗେ’ ସନ୍ତାନ ଜନ୍ମ ନେଉଛନ୍ତି। ଯେତେବେଳେ ମହିଳା ଏହାକୁ ଉପଭୋଗ କରୁଛି ଏକ କାମନା ଜାତ ହେଉଛି ଓ ତାହା ସନ୍ତାନକୁ ସଂକ୍ରମିତ କରୁଛି। ଫଳରେ ସେ ସେହି କାମବାସନା ନେଇ ଜନ୍ମନେଉଛି।

ପାଦ୍ରୀ ଜଣକ ଗେ’କୁ ଏକ ପ୍ରାକୃତିକ ଅବସ୍ଥା ବୋଲି ମାନିବାକୁ ନାରାଜ। ତାଙ୍କ ମତରେ ଏହା ଏକ ସମସ୍ୟା ଯାହା ପିତାମାତାଙ୍କ ଠାରୁ ସନ୍ତାନକୁ ସଂକ୍ରମିତ ହୋଇଥାଏ।

ଗତ ସପ୍ତାହରେ ପାଦ୍ରି ଜଣକ ଏଭଳି ମନ୍ତବ୍ୟ ଦେଇଥିବା ବେଳେ, ଲେସବିଆନମାନେ କେଉଁ କାରଣରୁ ଜନ୍ମନିଅନ୍ତି ବୋଲି ତାଙ୍କୁ ତାତ୍ସଲ୍ୟ କରି ପ୍ରଶ୍ନ କରିଛି ‘ଆକ୍ସେପ୍ଟ-ଏଲଜିବିଟିଆଇ ସାଇପ୍ରସ’ ନାମକ ସମଲିଙ୍ଗୀ ଅଧିକାର ସଂଗଠନ।

Comments are closed.