Odisha Link
Bridging the Missing Links in Odisha

ମୋଦି Vs ମମତା: ପଶ୍ଚିମବଙ୍ଗରେ କାହାର ଦର କେତେ

କୋଲକାତା: ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ। ସେଥିପାଇଁ ଭଉଣୀମାନେ ଭାଇଙ୍କ ପାଇଁ ବିଭିନ୍ନ ରକମର ରାକ୍ଷୀ କିଣିବାରେ ବ୍ୟସ୍ତ। ହେଲେ ଏଥର ରାକ୍ଷୀ ବଜାରରେ ଦେଖିବାକୁ ମିଳୁଛି ରାଜନୈତିକ ରାକ୍ଷୀ। ବିଜେପି ଏବଂ ପଶ୍ଚିମବଙ୍ଗରେ ଥିବା ଟିଏମସି ମଧ୍ୟରେ ରାଜନୈତିକ ବିବାଦ କାହାକୁ ବି ଅଛପା। ହେଲେ ଏବେ ଏହାର ପ୍ରଭାବ ପର୍ବପର୍ବାଣୀ ଉପରେ ଦେଖିବାକୁ ମିଳୁଛି। ରକ୍ଷାବନ୍ଧନକୁ ନେଇ ପଶ୍ଚିମବଙ୍ଗରର ବର୍ଦ୍ଧମାନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋ ଥିବା ରାକ୍ଷୀ ଘୁରି ବୁଲୁଛି। ଏହି ରାକ୍ଷୀ ଲଢେଇରେ ଲୋକମାନେ କେବଳ ଏହି ଦୁଇ ନେତାଙ୍କ ରାକ୍ଷୀ କଣିବାକୁ ପସନ୍ଦ କରୁଛନ୍ତି।

କେବଳ ଏତିକି ନୁହେଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜୟ ଶ୍ରୀରାମ ନାରା ଉପରେ ରାଗିବା ପରେ ସେଠାକାର ରାକ୍ଷୀରେ ମଧ୍ୟ ଏହି ଲଢେଇ ଦେଖିବାକୁ ମିଳୁଛି। ଗୋଟିଏ ପଟେ ବିଜେପି ସମର୍ଥକମାନେ ଜୟ ଶ୍ରୀରାମର ରାକ୍ଷୀ କିଣୁଥିବା ବେଳେ ଅନ୍ୟପଟେ ମମତାଙ୍କ ସମର୍ଥକମାନେ ଜୟ ବାଂଲାର ରାକ୍ଷୀ କଣିବାକୁ ପସନ୍ଦ କରୁଛନ୍ତି। ଉଭୟ ଦଳ ରକ୍ଷାବନ୍ଧନ ଅବସରରେ ଲୋକଙ୍କୁ ନିଜର ଆଡକୁ ଆକର୍ଷିତ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ବିଜେପି ସମର୍ଥକମାନେ ମୋଦି ରାକ୍ଷୀ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବାକୁ ଚେଷ୍ଟା କରୁଥିବା ବେଳେ ଟିଏମସି ସମର୍ଥକମାନେ ମମତା ଦିଦିଙ୍କ ରାକ୍ଷୀ ସାହାଯ୍ୟରେ ଲୋକଙ୍କୁ ନିଜ ପକ୍ଷରେ ଆଣିବାକୁ ଚେଷ୍ଟା କରୁଛନ୍ତି। ବଜାରରେ ଏହି ରାକ୍ଷୀର ମୂଲ୍ୟ ସାଧାରଣ ରହିଛି। ମୋଦି ଏବଂ ମମତା ରାକ୍ଷୀର ଦାମ ୧୦ ଟଙ୍କାରୁ ଆରମ୍ଭ ହୋଇ ୪୫ ଟଙ୍କା ପର୍ଯ୍ୟନ୍ତ ରହିଛି। ରାକ୍ଷୀ ଗୁଡିକ ଚାହିଦାକୁ ନେଇ ରାକ୍ଷୀ ବ୍ୟବସାୟୀ କହିଛନ୍ତି ଯେ ବଜାରରେ ଉଭୟ ରାକ୍ଷୀର ଭଲ ଚାହିଦା ରହିଛି ଏବଂ ଲୋକେ ଏହାକୁ କିଣିବାକୁ ପସନ୍ଦ କରୁଛନ୍ତି।

Comments are closed.