Odisha Link
Bridging the Missing Links in Odisha

ସ୍କୁଲରେ ପାଠ ପଢ଼ାଇଲେ ନୂଆପଡ଼ା ଜିଲ୍ଲାପାଳ

ନୂଆପଡ଼ା: ଚର୍ଚ୍ଚାରେ ନୂଆପଡ଼ା ଜିଲ୍ଲାପାଳ। କାରଣ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁ କୋମନା ବ୍ଲକ୍‌ ଅନ୍ତର୍ଗତ ଭରୁଆମୁଣ୍ଡା ଓ ଟିକ୍ରାପଡ଼ା ସରାକାରୀ ସ୍କୁଲ ପରିଦର୍ଶରେ ଯାଇଥିଲେ। ସେଠାରେ ସ୍କୁଲର ପରିବେଶ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା, ପାଠପଢ଼ା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଥା ପଚାରି ବୁଝିଥିଲେ।

ଏହାପରେ ଜିଲ୍ଲାପାଳ ଟିକ୍ରାପଡ଼ା ଉଚ୍ଚପ୍ରାଥମିକ ବିଦ୍ୟାଳୟର ସପ୍ତମ ଶ୍ରେଣୀକୁ ଯାଇ ଜିଲ୍ଲାପାଳ କିଛି ସମୟ ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସହ ପାଠ ପଢ଼ାଇଥିଲେ। ଅପରପକ୍ଷେ ଜିଲ୍ଲାପାଳଙ୍କ ଏଭଳି କାର୍ଯ୍ୟକୁ ଜିଲ୍ଲାବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Comments are closed.