Odisha Link
Bridging the Missing Links in Odisha

ବିଜେପିରେ ମିଶିଲେ ଅବସରପ୍ରାପ୍ତ ପ୍ରଶାସକ ପଞ୍ଚାନନ ଦାଶ

ଭୁବନେଶ୍ବର: ଆଜି ବିଜେପିରେ ଯୋଗ ଦେଇଛନ୍ତି ଅବସରପ୍ରାପ୍ତ ଓଡ଼ିଆ ପ୍ରଶାସକ ପଞ୍ଚାନନ ଦାଶ।

ସେ ପୂର୍ବରୁ ଓଡ଼ିଶାର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର ସଚିବ ଥିଲେ। ପରେ ସେ କେନ୍ଦ୍ର ସରକାରଙ୍କ ଅଧୀନରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରି କିଛି ମାସ ତଳେ ଅବସର ଗ୍ରହଣ କରିଛନ୍ତି।

ଶ୍ରୀ ଦାଶ ଜଣେ ଜଣାଶୁଣା ଲେଖକ ଭାବେ ମଧ୍ୟ ପ୍ରସିଦ୍ଧି ପାଇଛନ୍ତି। ପେନି ଇନ୍‌ ବୁକ୍ସ ପ୍ରକାଶିତ ତାଙ୍କର ପ୍ରଥମ ପୁସ୍ତକ “ଦ ଗୋଟହର୍ଡ ଟୁ ଗଭର୍ନାନ୍ସ”ରେ ସେ ନିଜ ଜୀବନର ବହୁ ଅକୁହା କାହାଣୀ ପରସିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ, ଦାମୋଦର ରାଉତ, ସମୀର ଦେ, ସମୀର ମହାନ୍ତି ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ଦାଶ ଦଳରେ ଯୋଗ ଦେଇଛନ୍ତି।

ପୂର୍ବତନ ଓଡ଼ିଶା ପୁଲିସ ମହା ନିର୍ଦ୍ଦେଶକ ପ୍ରକାଶ ମିଶ୍ର ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପୂର୍ବତନ କଂଗ୍ରେସ ବିଧାୟକ ଦେବୀ ପ୍ରସନ୍ନ, ପୂର୍ବତନ ବିଜେଡି ବିଧାୟକ ବୃନ୍ଦାବନ ମାଝୀ ଓ କଟକ ଜିଲ୍ଲା ବାରଙ୍ଗ ଅଞ୍ଚଳର ଶତାଧିକ ଅନ୍ୟଦଳର କର୍ମୀ ମଧ୍ୟ ଏ ଅବସରରେ ବିଜେପିରେ ସାମିଲ ହୋଇଛନ୍ତି।

Comments are closed.