Odisha Link
Bridging the Missing Links in Odisha

ତୃତୀୟ ତାଲିକାରେ ୨ ବିଧାୟକ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ବର: ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଦଳ ସଭାପତି ନବୀନ ପଟ୍ଟନାୟକ ଗତ ରାତିରେ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଏଥିରେ ୨ଟି ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିଛନ୍ତି। ଫୁଲବାଣୀରୁ ଶ୍ରୀ ଅଙ୍ଗଦ କହଁର ଏବଂ ବିରମିତ୍ରପୁରରୁ ଶ୍ରୀ ମଖଲୁ ଏକ୍କା ପ୍ରାର୍ଥୀ ହୋଇଛନ୍ତି।

ଗତକାଲି ନବୀନ ବିଜେପୁରରୁ ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେଠାରୁ ଫେରିବା ପରେ ଏହି ଦୁଇ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ମୋଟ ତିନୋଟି ପର୍ଯ୍ୟାୟରେ ଏଯାବତ୍‌ ବିଜେଡି ପକ୍ଷରୁ ୯ ଜଣ ସାଂସଦ ଓ ୬୫ ଜଣ ବିଧାୟକ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି।

Comments are closed.