Odisha Link
Bridging the Missing Links in Odisha

ଟିମ୍‌ ଇଣ୍ଡିଆର ବିଜୟ ମନାସି ପୂଜାର୍ଚ୍ଚନା କଲେ କ୍ରିକେଟପ୍ରେମୀ

ନୂଆଦିଲ୍ଲୀ: ଆଉ ଅଳ୍ପ ସମୟପରେ ବିଶ୍ବକପର ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ। ଆଜିର ହାଇଭୋଲଟେଜ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ। ବିଶ୍ବକପ୍‌ ଟ୍ରଫି ପାଇଁ ଦୁଇଦଳ ମଧ୍ୟରେ ହେବ କଡ଼ା ଟକ୍କର। ତେବେ ସେମିଫାଇନାଲ ମ୍ୟାଚକୁ ନେଇ କ୍ରିକେଟପ୍ରେମୀ ମାନେ ଉତ୍ସାହିତ ଥିବା ଦେଖାଦେଇଛି। ଆଜିର ସେମିଫାଇନାଲ ମ୍ୟାଚରେ ଟିମ୍‌ ଇଣ୍ଡିଆର ବିଜୟ ମନାସି ଭାରତୀୟ କ୍ରିକେଟ ପ୍ରେମୀ ପୂଜାର୍ଚ୍ଚନା ଆରମ୍ଭ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି।

ଉତ୍ତରପ୍ରଦେଶର ପ୍ରୟାଗରାଜରେ କିଛି କ୍ରୀଡ଼ାପ୍ରେମୀ ସଙ୍ଗମସ୍ଥଳୀରେ ଭାରତୀୟ ଦଳର ବିଜୟ କାମନା କରି ପ୍ରାର୍ଥନା କରିଛନ୍ତି। ସେହିପରି ଆଉ କିଛି କ୍ରିକେଟପ୍ରେମୀ ଦରଘାରେ ଚାଦର ଚଢ଼ାଇଛନ୍ତି। ତେବେ କେବଳ ପ୍ରୟାଗରାଜ ନୁହେଁ ଦେଶର ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ କ୍ରିକେଟପ୍ରେମୀ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଭାରତ ପଏଣ୍ଟ ତାଲିକାର ପ୍ରଥମ ସ୍ଥାନରେ ରହି ସେମିଫାଇନାଲ୍ ଯାଇଛି । ଅନ୍ୟପକ୍ଷରେ ନ୍ୟୁଜିଲାଣ୍ଡ ଚତୁର୍ଥ ସ୍ଥାନ ପ୍ରଦର୍ଶନରେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଛି।

ସୂଚନାଥାଉକି, ଦୁଇ ଦଳ ମଧ୍ୟରେ ଖେଳା ଯାଇଥିବା ଗ୍ରୁପ୍‌ ଷ୍ଟେଜର ଲିଗ୍‌ ମୁକାବିଲା ବର୍ଷା ପାଇଁ ବାତିଲ ହୋଇ ଯାଇଥିଲା। ଏଥି ସହିତ ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍‌ରେ ପରସ୍ପରକୁ ୭ ଥର ଭେଟିଛନ୍ତି। ସେଥିମଧ୍ୟରୁ ଭାରତ ୩ ଏବଂ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛନ୍ତି। ଦିନିକିଆ ମ୍ୟାଚ ପ୍ରଦର୍ଶନକୁ ବିଚାରକୁ ନେଲେ ଉଭୟ ଦଳ ୧୦୬ ଦିନିକିଆରେ ଲଢ଼େଇ କରିଛନ୍ତି। ସେଥିମଧ୍ୟରୁ ଭାରତ ୫୫ ଏବଂ ନ୍ୟୁଜିଲାଣ୍ଡ ୪୫ଟିରେ ବିଜୟୀ ହୋଇଛନ୍ତି।

Comments are closed.