Odisha Link
Bridging the Missing Links in Odisha

ଟ୍ରକକୁ ଧକ୍କା ଦେଲା ଆଉ ଏକ ଟ୍ରକ

ଯାଜପୁର : ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ଆଜି ସକାଳ ପ୍ରାୟ ୮ଟାରେ ବଡ଼ଚଣା ଥାନା ଅଧିନସ୍ଥ ୧୬ ନମ୍ବର ଜାତୀୟ ରାଜପଥ, ବଡ଼ଚଣା-ବଡ଼ଘୁମୁରି ରାସ୍ତାରେ ଏହି ଦୁର୍ଘଟଣା ଘଟିଛି ।
ଦୁର୍ଘଟଣାରେ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ୨ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି । ଚଣ୍ଡିଖୋଲ ଆଡୁ ଏକ ଆଇରନ ବୋଝେଇ ୧୦ ଚକିଆ ଟ୍ରକ ଆସୁଥିବା ବେଳେ ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ପଛ ଟ୍ରକକୁ ଚଲାଉଥିବା ଡ୍ରାଇଭର, ହେଲ୍ ପର ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । ଖବର ପାଇ ବଡ଼ଚଣା ପୁଲିସ ପହଞ୍ଚି ଅଗ୍ନିଶମ ବିଭାଗ ସହାୟତାରେ ସେମାନଙ୍କୁ ଉଦ୍ଧାର କରିଥିଲା ।

Comments are closed.