Odisha Link
Bridging the Missing Links in Odisha

ବ୍ରାଉନସୁଗାର ମାଫିଆ ଗିରଫ

ପାରାଦୀପ : କୁଜଙ୍ଗ ପୋଲିସକୁ ମିଳିଲା ବଡ଼ ସଫଳତା । ଦୁଇ ବ୍ରାଉନସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଦୀର୍ଘଦିନ ହେବ ପାରାଦୀପ ଓ ତାର ଆଖପାଖ ଅଞ୍ଚଳରେ ବ୍ରାଉନସୁଗାର ବେପାର ବେଧଡ଼କ ଭାବେ ଚାଲୁଥିବାବେଳେ କୁଜଙ୍ଗ ପୋଲିସ ଏହି ବେପାରୀ ମାନଙ୍କ ଉପରେ ନଜର ରଖି ଆସୁଥିଲା। ତେବେ ଗତକାଲି ତାଳଦଣ୍ଡା ଜନାପାଳ ଅଞ୍ଚଳରେ ଏହି ଦୁଇ ଜଣ ଖୁଲମଖୁଲା ଭାବରେ ବ୍ରାଉନସୁଗାର ବେପାର କରୁଥିବା ବେଳେ କୌଣସି ସୂତ୍ରରୁ କୁଜଙ୍ଗ ପୋଲିସ ଖବର ପାଇ ସାଧା ପୋଷାକରେ ଯାଇ ଦୁଇ ଜଣଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଓ ଏକ ଆପାଚୀ ମୋଟରସାଇକେଲ ଜବତ କରିଛି।
ଏହି ଦୁଇ ଜଣ ହେଲେ ପଙ୍ଗପାଳ ଅଞ୍ଚଳର ସୁଦିପ୍ତ ପ୍ରଧାନ ଓ ବିଜୟ ମଲ୍ଲିକ ବୋଲି ଜଣାପଡିଥିବା ବେଳେ ଦୀର୍ଘଦିନ ହେବ ଏହି ଦୁଇ ଜଣ ପାରାଦୀପ, କୁଜଙ୍ଗ, ରାହାମା ଭଳି ଅଞ୍ଚଳରେ ବ୍ରାଉନସୁଗାର ବେପାର କରି ଆସୁଥିଲେ । ତେବେ ଆଜି କୁଜଙ୍ଗ ପୋଲିସ ଏହି ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ଏମାନଙ୍କ ସହିତ ଆଉ କିଏ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.