Odisha Link
Bridging the Missing Links in Odisha

ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡଚଣା ବ୍ଲକ ସିଆ ପଞ୍ଚାୟତରେ ଆଜି ଯାଜପୁର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ ଏହି ବ୍ଲକ ସିଆ ପଞ୍ଚାୟତରେ ମାଧତ୍ଆ ପୋଖରୀ ଖରମଙ୍ଗାର ପୁନରୁଦ୍ଧାର ନିମନ୍ତେ ୨୦୧୫-୧୬ ମସିହାରେ ୧୦ ଲକ୍ଷଟଙ୍କା ବ୍ୟୟବରାଦ କରାଯାଇଥିଲା। ଏହି କାର୍ଯ୍ୟଟି ବିଭାଗୀୟ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ଦିଆଯାଇଥିଲା। ହଲେ ଏହି ପୋଖରୀର ପୁନରୁଦ୍ଧାର କରାଯାଇନଥିବା ଅଭିଯୋଗ ହୋଇଥିଲା।
ଅପରପକ୍ଷରେ ଏଥିପାଇଁ ଆସିଥିବା ଅନୁଦାନ ରାଶିକୁ ଆତ୍ମସାତ କରାଯାଇଥିଲା। ଜବ୍‌କାର୍ଡଧାରୀମାନେ ସେମାନଙ୍କ ଅର୍ଥ ପାଇବାରୁ ବଞ୍ଚିତ ହୋଇଥିଲେ। ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଏ ସମ୍ପର୍କରେ ମଧ୍ୟ ଅଭିଯୋଗ ହୋଇଥିଲା। ତେବେ ଏହି ଅଭିଯୋଗ ନେଇ କୋଣସି ତଦନ୍ତ ହୋଇନଥିଲା। ଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଶେଷରେ ଏ ପ୍ରସଙ୍ଗକୁ ନେଇ ସିହା ସରପଞ୍ଚ ଖଗେଶ୍ବର ସେଠୀ ଓଡିଶା ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ । ମାନ୍ୟବର କୋର୍ଟଙ୍କ ନିର୍ଦ୍ଦେଶେକ୍ରମେ ଯାଜପୁର ଭିଜିଲାନ୍ସ ଆଜି ଅଚାନକ ସିହା ପଞ୍ଚାୟତ କାର୍ଯୟାଳୟରେ ପହଞ୍ଚି ଆବଶ୍ୟକୀୟ କାଗଜପତ୍ର ଜବତ କରିବା ସହିତ ଏହି ପୋଖରୀକୁ ବୁଲି ଦେଖିଥିଲେ। ତେବେ ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ କୌଣସି ପ୍ରତିକ୍ରିୟା ଦେବାକୁ କରିଦେଇଛନ୍ତି ।

Comments are closed.