Odisha Link
Bridging the Missing Links in Odisha

ଭାରସାମ୍ୟ ହରାଇ ଓଲଟିଲା ଅଟୋ

ବଡବିଲ : ମହିଳା ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ ଅଟୋ ଭାରସାମ୍ୟ ହରାଇ ଓଲଟିବା ଫଳରେ ୩ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ଅନ୍ତର୍ଗତ ରିମୁଳି ବାଇପାସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି । ଚମ୍ପୁଆ ବ୍ଲକ୍ ବଡ଼ନଇ ଗ୍ରାମର ୧୫ ଜଣ ମହିଳା ଶ୍ରମିକ, ଓଡି ୦୯ ଏମ୍ ୩୨୧୦ ନମ୍ବର ବିଶିଷ୍ଟ ଯାତ୍ରୀବାହୀ ଅଟୋରେ ବିଲକାମ କରିବାକୁ ମାଙ୍କଡ଼ିଆ ସାହି ଗାଁକୁ ଯାଉଥିଲେ । ତେବେ ରିମୁଳି ବାଇପାସ୍ ଛକ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବାର ଦେଖି ଅଟୋ ଚାଳକ ହଡ଼ବଡ଼େଇ ଯାଇଥିଲେ ଏବଂ ଦ୍ରୁତ ଗତିରେ ଅଟୋ ଚଳାଇବାରୁ ଦୁର୍ଘଟଣା ଘଟିଥିଲା ବୋଲି ଆହତମାନେ କହିଛନ୍ତି ।
ଦୁର୍ଘଟଣା ଯୋଗୁଁ ୩ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଥିବା ବେଳେ, ଅଟୋ ଚାଳକ ସମେତ ୧୨ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଚମ୍ପୁଆ ଡାକ୍ତରଖାନାରେ ଭର୍ତି କରାଯାଇଛି । ତେବେ ଅଟୋ ଚାଳକ ଜଣକ ନାବାଳକ ଏବଂ ସେ ଭୟରେ ଡାକ୍ତରଖାନାରୁ ଫେରାର ହୋଇଯାଇଥିବା କୁହାଯାଉଛି । ଚମ୍ପୁଆ ପୋଲିସ ଅଟୋକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

Comments are closed.