Odisha Link
Bridging the Missing Links in Odisha

ଦକ୍ଷିଣ ଦିଲ୍ଲୀ ଜାକିରନଗରରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଦକ୍ଷିଣ ଦିଲ୍ଲୀରେ ଅଭାବନୀୟ ଘଟଣା ଘଟିଛି। ଦକ୍ଷିଣ ଦିଲ୍ଲୀରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜାକିରନଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ନିଆଁ ଲାଗି ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଘଟଣାସ୍ଥଳରେ ୭ଟି ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗିଛନ୍ତି। ଅଗ୍ନିକାଣ୍ଡରେ କୋଠାର ପାର୍କିଂ ସ୍ଲଟରେ ଥିବା ୭ଟି କାର୍ ଏବଂ ୮ଟି ବାଇକ୍‌ ଜଳିଯାଇଛି। ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।

ମିଳିଥିବା ସୂଚନା ମୁତାବକ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ନିଆଁ ଏତେ ଜୋରରେ ଲାଗିଥିଲା ଯେ ବହୁ ସଂଖ୍ୟାରେ ଗାଡି ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା।ପ୍ରଥମେ ତଳ ମହଲରେ ନିଆଁ ଲାଗିଥିଲା। ପରେ ଦେଖୁ ଦେଖୁ ଏହା ଉପର ମହଲା ଯାଏଁ ବ୍ୟାପିଯାଇଥିଲା। ଦକ୍ଷିଣ ଦିଲ୍ଲୀର ଏହି ଅଂଚଳରେ ବହୁ ସଂଖ୍ୟାରେ ଲୋକ ରହୁଥିବାବେଳେ ରାସ୍ତା ଅଣଓସାରିଆ ଥିଲା। ଯାହାଫଳରେ ଦମକଳ ବାହିନୀ ଠିକ ସମୟରେ ପହଞ୍ଚିପାରୁନଥିଲା। ଏଠାରେ ସୂଚନା ଥାଉ କି ଗତ ଜୁଲାଇ ୩୦ ତାରିଖରେ ପଶ୍ଚିମ ଦିଲ୍ଲୀର ଜନକପୁରୀ ଅଂଚଳରେ ମଧ୍ୟ ଏକ କୋଚିଂ ସେଣ୍ଟରରେ ମଧ୍ୟ ନିଆଁ ଲାଗିଯାଇଥିଲା।

Comments are closed.