ସମସ୍ତ ସମ୍ପତ୍ତି ବୈଧ: ପି. ଚିଦାମ୍ବରମ୍

ନୂଆଦିଲ୍ଲୀ: ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ଙ୍କ ସମ୍ପତ୍ତି ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ପକ୍ଷରୁ ସୁପ୍ରିମ୍କୋର୍ଟରେ ସତ୍ୟପାଠ ଦାଖଲ ହୋଇଥିଲା। ତେବେ ଚିଦାମ୍ବରମ୍ଙ୍କ ପକ୍ଷରୁ ସତ୍ୟପାଠର ପାଲଟା ଉତ୍ତର ଦିଆଯାଇଛି। ସମସ୍ତ ସମ୍ପତ୍ତି ବୈଧ ବୋଲି ଚିଦାମ୍ବରମ୍ଙ୍କ ପକ୍ଷରୁ କୁହାଯାଇଛି। ଇଡ଼ି ପକ୍ଷରୁ ଯେଉଁ ସମ୍ପତ୍ତି ଏବଂ ବ୍ୟାଙ୍କ ଖାତା ସମ୍ପର୍କରେ ସତ୍ୟପାଠରେ ଦର୍ଶାଯାଇଛି ତାହା ବୈଧ ବୋଲି ଚିଦାମ୍ବରମ୍ କହିଛନ୍ତି। ତେବେ ହାଇକୋର୍ଟରେ ଇଡ଼ି ପକ୍ଷରୁ କୌଣସି ସତ୍ୟପାଠ ଦାଖଲ କରାଯାଇ ନ ଥିଲା। ଏକ ନୋଟ୍ ଆଧାରରେ ନିର୍ଦ୍ଦେଶ ଜାରି କରାଯାଇଥିଲା। ଚିଦାମ୍ବରମ୍ଙ୍କ ଆଇନଜୀବୀ କପିଲ୍ ସିବଲ୍ କହିଛନ୍ତି ଯେ, ଇଡ଼ି ଡାଇରୀରେ ଲିଖିତ ଥିବା କିଛି ତଥ୍ୟକୁ ପ୍ରମାଣ ବୋଲି କହୁଛି। ତେବେ ଏହାକୁ ପ୍ରମାଣ ଭାବେ ଗ୍ରହଣ କରାଯାଇ ପାରିବ ନାହିଁ।
ଆଇଏନଏକ୍ସ ମିଡ଼ିଆ ମାମଲାରେ ଆଗୁଆ ଜାମିନ ଖାରଜ କରିଥଲେ ଦିଲ୍ଲୀ ହାଇକୋର୍ଟ। ପରେ ପରେ ସୁପ୍ରିମକୋର୍ଟ ମଧ୍ୟ ଜାମିନ କୁ ଖାରଜ କରିଥିଲେ। ସିବିଆଇ ଓ ଇଡ଼ି ଗିରଫଦାବିରୁ ସୁରକ୍ଷା ଦେବାକୁ ମନା ମଧ୍ୟ କରିଥଲେ କୋର୍ଟ। ଉଲ୍ଲେଖଯୋଗ୍ୟ ଯେ ୨୦୦୭ରେ ସେ ମନ୍ତ୍ରୀ ଥିବା ବେଳେ ଆଇଏନଏକ୍ସ ମିଡ଼ିଆ ଦୁର୍ନୀତି ମାମଲା ହୋଇଥିଲା। ଆଇଏନଏକ୍ସକୁ ୩୦୫ କୋଟିର ବିଦେଶୀ ପୁଞ୍ଜି ଦେବା ପାଇଁ ଅନିୟମିତତା ହୋଇଥିଲା।