Odisha Link
Bridging the Missing Links in Odisha

ସରକାରୀ ବାବୁଙ୍କ ପାଇଁ ନୂଆ ଟ୍ରାଫିକ୍‌ ନିୟମ ଫୁ

ବ୍ରହ୍ମପୁର: ଗୋଟିଏ ପଟେ ସରକାରୀ ବାବୁ ଆଇନ ଉଲଘଂନ କାରୀଙ୍କ ଠାରୁ ଫାଇନ ଆଦାୟ କରି ଆଇନ୍‌ ପାଠ ପଢାଉଛନ୍ତି। ହେଲେ ଅପରପକ୍ଷେ ନିଜେ ଆଇନର ନିୟମକୁ ଉଲଂଘନ କରୁଛନ୍ତି ସରକାରୀ ବାବୁ। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଅଞ୍ଚଳରେ। ଯାହା ଏବେ ସୋଶିଆଲ ମଡିଆରେ ଖୁବ୍‌ ଭାଇରାଲ ହେଉଛି।

ଏହି ସରକାରୀ ବାବୁ ଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ା। ଯେ କି ଗାଡ଼ିର ସିଟ୍ ବେଲ୍ଟ ବାନ୍ଧି ନ ଥିବାରୁ ହଟହଟା ହୋଇଛନ୍ତି। ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି। ଶାନ୍ତନୁ କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ବସିଛନ୍ତି। ହେଲେ ସିଟ୍ ବେଲ୍ଟ୍ ପିନ୍ଧି ନଥିବାରୁ ସମାଲୋଚନାର ଶିକାର ହୋଇଛନ୍ତି ।

ମିଳିଥିବା ସୂଚନା ମୁତାବକ, ଗତକାଲି ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରି କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ଶାନ୍ତନୁ ଫେରୁଥିଲେ। ଏହି ସମୟରେ ଶାନ୍ତନୁ ଓ ତାଙ୍କ ଡ୍ରାଇଭର ସିଟ୍ ବେଲ୍ଟ୍ ଲଗାଇ ନଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ଘେରି ଏସମ୍ପର୍କରେ ବାରମ୍ବାର ପଚାରିଥିଲେ। ହେଲେ ଏନେଇ କୌଣସି ସନ୍ତୋଷଜନକ ଜବାବ ଦେଇ ନ ପାରି ଶାନ୍ତନୁ ସେଠାରୁ ପଳାଇ ଯାଇଥିଲେ।

Comments are closed.