Odisha Link
Bridging the Missing Links in Odisha

ଚୌଦ୍ୱାର ସର୍କଲ ଜେଲ୍‌ର ଉନ୍ନତି ସଂ ପର୍କରେ ବୈଠକ

ଭୁବନେଶ୍ୱର : ଚୌଦ୍ୱାର ସର୍କଲ ଜେଲ୍‌, କଟକର ଉନ୍ନତି କରା୩⁄୪ାଇ ଓଡ଼ିଶାରେ ଏକ ମଡେଲ୍‌ ଜେଲ୍‌ ରୂପେ ପରିଣତ କରାଯିବା ନେଇ ଲୋକସେବା ଭବନ କାର୍ଯ୍ୟାଳୟ ପ୍ରକୋଷ୍ଠଠାରେ ଏକ ସ୍ୱତନ୍ତ୍ର ବୈଠକ ଗୃହ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚୌଦ୍ୱାର ସର୍କଲ ଜେଲ୍‌ ପରିସରରେ ରହିଥିବା ଚିକିତ୍ସାଳୟରେ ଜେଲର ଅନ୍ତେବାସୀଙ୍କ ଅନୁଯାୟୀ ଡାକ୍ତରଙ୍କ ଅଭାବ ରହିଛି । ଜେଲ ପରିସରରେ ୮୦ ଜଣ ମାନସିକ ରୋଗୀ ରହିଥିବା ସ୍ଥଳେ ଡାକ୍ତରଙ୍କ ଅଭାବ ଯୋଗୁଁ ଅନେକ ସମସ୍ୟା ଦେଖାଯାଉଛି । ଏଣୁ ସ୍ୱାସ୍ଥ୍ୟ ବିଭାଗଙ୍କ ସହିତ ଯୋଗସୂତ୍ର ରଖି ଡାକ୍ତର ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ପରାମର୍ଶ ଦେଇଥିଲେ । ଏଲୋ ପାଥି ଡାକ୍ତରମାନେ କମ ଦରମାରେ ନିଯୁକ୍ତି ହେବାକୁ ପସନ୍ଦ କରୁନାହାନ୍ତି । ସେମାନଙ୍କ ଦରମା ବୃଦ୍ଧି କରାଗଲେ ସେମାନେ ନିଯୁକ୍ତି ସକାଶେ ଆଗ୍ରହ ପ୍ରକାଶ କରିବେ । ଜେଲ୍‌ ପରିସରରେ ଇଲେକ୍‌ଟ୍ରୋନିକ୍‌ କାରର ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଓଡ଼ିଶାର ସମସ୍ତ ଜେଲ୍‌ ପରିସରରେ ଉତ୍ପାଦନ ହେଉଥିବା ଦ୍ରବ୍ୟଗୁଡ଼ିକୁ ଗୋଟିଏ ବ୍ରାଣ୍ଡ ନାମକରଣ କରାଯାଇ ସେସବୁକୁ ଭୁବନେଶ୍ୱରରେ ଏକ ସ୍ୱତନ୍ତ୍ର କାଉଣ୍ଟରରେ ବିକି୍ରବଟା କରାଯିବା ସହ ଅନ୍‌ଲାଇନ୍‌ରେ ମଧ୍ୟ ବିକି୍ରର ବ୍ୟବସ୍ଥା କରିବା ଦିଗରେ ପଦକ୍ଷେପ ନେବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ସାମଗ୍ରୀ ପ୍ରସ୍ତୁତ କରୁଥିବା କାରିଗରମାନଙ୍କ ଦୈନିକ ପାରିଶ୍ରମିକ ୪୦ ଟଙ୍କା ପ୍ରଦାନ କରାଯାଉଛି, ଯାହାକି ବହୁତ କମ ରହିଛି । ଏହି ପାରିଶ୍ରମିକକୁ ବୃଦ୍ଧି କରିବାକୁ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ମିଶ୍ର ଗୁରୁତ୍ୱ ଦେଇଥିଲେ । ଚୌଦ୍ୱାର ଜେଲ୍‌ ପରିସରରେ ଥିବା ରନ୍ଧନଶାଳାର ମରାମତି କରି ଭୁବନେଶ୍ୱର ଫୁଲନଖରାରେ ରହିଥିବା ‘ଅକ୍ଷୟ ପାତ୍ର’ ରନ୍ଧନଶାଳା ଭଳି ଆଧୁନିକୀକରଣ କରିବାକୁ ଜେଲ୍‌ ମହାନିର୍ଦ୍ଦେଶକ ସତ୍ୟଜିତ୍‌ ମହାନ୍ତି ପରାମର୍ଶ ଦେଇଥିଲେ ।
ଜେଲ୍‌ ପରିସରରେ କଏଦୀମାନଙ୍କ ପରିବାରବର୍ଗଙ୍କ ସହସାକ୍ଷାତ କରିବା ନିମନ୍ତେ ଉଦ୍ଦିଷ୍ଟ ‘ମୁଲାକାତ’ ଗୃହର ଆଧୁନିକୀକରଣ, ଜେଲ୍‌ ପରିସରରୁ ନିର୍ଗତ ହେଉଥିବା ବର୍ଜ୍ୟବସ୍ତୁର ନିଷ୍କାସନ, ପାନୀୟ ଜଳ ଯୋଗାଣ ପାଇଁ ଆବଶ୍ୟକତା ଅନୁଯାୟୀ ନଳକୂପ ଖନନ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଯଥା ରଙ୍ଗ ଦେବା, ଜେଲ୍‌ ପରିସର ମଧ୍ୟରେ ଏବଂ ବାହାରେ ଆଲୋକ ବ୍ୟବସ୍ଥା ଆଦି ସମସ୍ତ ବିଷୟ ନେଇ ବୈଠକରେ ଚୌଦ୍ୱାର ବିଧାୟ ସୌଭୀ ବିଶ୍ୱାଳଙ୍କ ପ୍ରତିନିଧି ଶୁଭେନ୍ଦୁ ସାମଲ, ପ୍ରମୁଖ ଶାସନ ସଚିବ ସଂଜୀବ ଚୋ ପ୍ରା, ଜେଲ୍‌ ମହାନିର୍ଦ୍ଦେଶକ ସତ୍ୟଜିତ ମହାନ୍ତି, ଗୃହ ବିଭାଗୀୟ ସ୍ୱତନ୍ତ୍ର ସଚିବ ଡ. ସନ୍ତୋଷ ବାଲା, ମୁଖ୍ୟମନ୍ତ୍ରୀ (ରାସ୍ତା) ଓ ମୁଖ୍ୟମନ୍ତ୍ରୀ (ରାସ୍ତା ଓ କୋଠା), ଜନସ୍ୱାସ୍ଥ୍ୟ ବିଭାଗର ନିର୍ବାହୀମନ୍ତ୍ରୀ ପ୍ରମୁଖ ଉ ପସ୍ଥିତ ଥିଲେ ।

Comments are closed.