Odisha Link
Bridging the Missing Links in Odisha

ରେଳରେ ଯାତ୍ରା କଲେ ସାଂସଦ ରବି କିଷନ, ରେଳମନ୍ତ୍ରୀଙ୍କୁ ଜଣାଇବେ ସୁବିଧା ଅସୁବିଧା

ନୂଆଦିଲ୍ଲୀ: ଦୀର୍ଘ ୨୦ବର୍ଷ ପରେ ରେଳରେ ଯାତ୍ରା କଲେ ଭୋଜପୁରୀ ସୁପରଷ୍ଟାର ତଥା ଲୋକସଭା ସାଂସଦ ରବି କିଷନ। ସେ ରେଳରେ ଯାତ୍ର କରି ଖୁସି ଜାହିର କରିଛନ୍ତି। ସେ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କ ନିର୍ଦ୍ଦେଶକ୍ରମେ ଏହି ରେଳଯାତ୍ର କରିଛନ୍ତି ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଉତ୍ତର ପ୍ରଦେଶର ଗୋରଖପୁରର ଲୋକସଭା ସାଂସଦ ରବି କିଷନ ଛଟ ପୂଜା ଅବସରରେ ରେଳ ଯାତ୍ରୀଙ୍କୁ ଭେଟିବା ଏବଂ ସେମାନଙ୍କ ସମସ୍ୟା ସଂପର୍କରେ ଅବଗତ ହେବା ଲାଗ ଟ୍ରେନରେ ଯାତ୍ରା କରିଥିବା ଜଣାଯାଇଛି। ସାଂସଦ କିଷନ କହିଛନ୍ତି ଯେ, ଟ୍ରେନ ଯାତ୍ରା ସମୟରେ ସେ ଯାତ୍ରୀମାନଙ୍କଠାରୁ ଯେଉଁ ତଥ୍ୟ ହାସଲ କରିଛନ୍ତି ତାକୁ ରେଳମନ୍ତ୍ରୀଙ୍କୁ ଅବଗତ କରାଇବେ ।ଏହାଦ୍ୱାରା ରେଳଯାତ୍ରା କରୁଥିବା ଯାତ୍ରୀଙ୍କ ସମସ୍ୟାର ସମାଧାନ ହେବ ଏବଂ ଯାତ୍ରୀସେବାକୁ ଅଧିକ ପ୍ରଭାବଶାଳୀ କରାଯାଇପାରିବ।

Comments are closed.