Odisha Link
Bridging the Missing Links in Odisha

କଟାକ୍ଷ ପରେ ବୁଲିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ବିରୋଧୀଙ୍କ ସମାଲୋଚନା ଖାତିରି ନ କରି ମେଡିକାଲ ବୁଲିଲେ ମନ୍ତ୍ରୀ । ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଶୁକ୍ରବାର ଅଚାନକ ଭଦ୍ରକ ମେଡିକାଲ ପରିଦର୍ଶନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଦାସ ଅଚାନକ ପହଞ୍ଚି ମେଡିକାଲର ବିଭିନ୍ନ ୱାର୍ଡ ବୁଲିଛନ୍ତି। ପୂର୍ବରୁ ରାଜ୍ୟର ବିଭିନ୍ନ ମେଡିକାଲରେ ବୁଲୁଥିଲେ ୫-ଟି ସଚିବ ଭି.କେ ପାଣ୍ଡିୟାନ। ତେବେ ମନ୍ତ୍ରୀ ନଯାଇ ସଚିବ ମେଡିକାଲ ପରିଦର୍ଶନ କରୁଥିବାରୁ ବିରୋଧୀ କଟାକ୍ଷ କରିଆସୁଥିଲେ। ଏନେଇ କଂଗ୍ରେସ ବିଧାୟକ ସୁର ରାଉତରାୟ କଟାକ୍ଷ କରିଥିଲେ।

Comments are closed.