Odisha Link
Bridging the Missing Links in Odisha

ରୋମାନସ୍ କିଙ୍ଗଙ୍କ ଜନ୍ମ ଦିନ, ଅବଦୁଲ ରସିଦ ଖାଁ ରୁ ଏସ୍ ଆର କେ ଯାତ୍ରା ପଢ଼ନ୍ତୁ

ଭୁବନେଶ୍ବର :ବଲିଉଡର ରୋମାନସ୍ କିଙ୍ଗ ଶାହାରୁଖ୍‌ ଖାଁ ଙ୍କଆଜି ଜନ୍ମ । ସେ ଆଜି ୫୪ ବର୍ଷ ବୟସରେ ପାଦ ଥାପିଛନ୍ତି । ଶାରଖୁଙ୍କ ପ୍ରଶଂସକ ମାନେ ଗତକାଲି ଜନ୍ମ ଦିନର ଶୁଭେଛ୍ଛା ଜଣାଇବା ପାଇଁ ତାଙ୍କ ବାସ ଗୃହଠାରେ ମନ୍ନତ ପହଁଞ୍ଚି ଯାଇଥିଲେ । ଖାଲି ସେଥିକି ନୁହେଁ ତାଙ୍କ ଜନ୍ମଦିନ ଅବସରରେ ବଲିଉଡ ତଥା ହଲିଉଡ ରୁ ମଧ୍ୟ ଅନେକ ଅଭିନନ୍ଦନ ଜଣାଇଛନ୍ତି । କିଙ୍ଗ ଖାଁ ତାଙ୍କ ଅଭିନୟର ଯାଦୁରେ ଅନେକ ଦର୍ଶକଙ୍କ ମନକିଣି ନେଇଛନ୍ତି ।
ଆସନ୍ତୁ ଜଣିବା ତାଙ୍କ ଜୀବନି ଉପରେ
ଶାହରୁଖ୍ ଖାନ ୧୯୬୫ ମସିହା ନଭେମ୍ବର ୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ତାଜ ମହମ୍ମଦ ଖାନ୍‌ ସେ ୧୯୮୧ ମସିହାରେ କ୍ୟାନ୍ସରେ ପୀଡ଼ିତହୋଇ ମୃତ୍ୟୁବରଣ କରିଥିଲେ ଓ ୧୯୯୧ ମସିହାରେ ତାଙ୍କ ମା’ ମଧ୍ୟ ମୃତ୍ୟୁବରଣ କରିଥିଲେ। ପିଲାଟି ଦିନରୁ ଶାହାରୁଖ୍‌ ନିଜ ମାମୁଁ ଘରେ ମାଙ୍ଗାଳୁରୁରେ ରହୁଥିଲେ। ୫ ବର୍ଷ ବୟସରେ ଶାରୁଖଙ୍କ ଆଈ ତାଙ୍କ ନାଁ ଅବଦୁଲ ରସିଦ ଖାଁ ରଖିଥିଲେ କିନ୍ତୁ ସେ ଘରକୁ ଫେରିବା ପରେ ତାଙ୍କ ନାଁ ଶାହାରୁଖ୍‌ ଖାଁ କରାଯାଇଥିଲା। ଦିଲ୍ଲୀ ରାଜେନ୍ଦ୍ର ନଗରରେ ତାଙ୍କର ଆରମ୍ଭ ହୋଇଥିଲା ସ୍କୁଲ ଶିକ୍ଷା । ଶାହାରୁଖ୍‌ ଅଭିନୟ ସହିତ ପାଠ ପଢ଼ାରେ ମଧ୍ୟ ଆଗୁଆ ଥିଲେ । ସେଥିପାଇଁ ସ୍କୁଲରେ ତାଙ୍କୁ ସୋଡ୍‌ ଅନର ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଆସନ୍ତୁ କିଙ୍ଗ ଖାଁ ଅଭିନୟ ବିଷୟରେ ଜାଣିବା
୧୧୯୮ ମସିହାରେ ଦିଲ୍ ଦରିଆ ଏକ ଟି.ଭି ସିରିୟଲ ଜରିଆରେ ଅଭିନୟ ଦୁନିଆରେ ପାଦ ଥାପି ଥିଲେ । ସେ ୧୯୮୯ ରୁ ୧୯୯୨ ମସିହା ପର୍ଯ୍ୟନ୍ତ ଟି.ଭି ସିରିୟଲରେ ନଜର ଆସିଥିଲେ । ୧୯୯୨ରେ ସିନେମା ‘ଦିୱାନା’ ମାଧ୍ୟମରେ ସେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ତାଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା ଅଭିନେତ୍ରୀ ବିଦ୍ୟା ଭାରତୀଙ୍କୁ। ସୁପରହିଟ୍‌ ହେବା ପରେ ତାଙ୍କୁ ରାଜୁ ବନଗୈୟା ଜେଣ୍ଟେଲ ମ୍ୟାନ୍ ଭଳି ଅନେକ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମ ମିଳିଥିଲା। ସେତେବେଳେକୁ ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ ଶାହାରୁଖ୍‌। ସେ ସମସ୍ତ ସିନେମା ନାୟକ ଭୂମିକାରେ ଅଭିନୟ କରୁଥିଲେ। ହେଲେ ଡର୍‌ ଏବଂ ବାଜିଗର ସିନେମାରେ ତାଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିପାଇଁ ତାଙ୍କୁ ବେଷ୍ଟ ନେଗେଟିଭ୍‌ ରୋଲ୍‌ରେ ସିନେମା ଫେୟାର ଆୱାର୍ଡ ମଧ୍ୟ ମିଳିଥିଲା। ଏତିକି ନୁହେଁ ତାଙ୍କୁ କିଙ୍ଗ୍‌ ଅପ୍‌ ରୋମାନ୍ସ ନାଁ ରେ ମଧ୍ୟ ନାମିତ କରାଯାଇଛି ।

Comments are closed.