Odisha Link
Bridging the Missing Links in Odisha

ପୁଲିସ୍‌ର ତାଗିଦକୁ ଫୁ, ଚୋର ଧରିବାକୁ ବୁଲିଲା ଖଟ

ନୟାଗଡ଼: ଆଜିର ଏ ଆଧୁନିକ ଯୁଗରେ ମଣିଷ ସମାଜ ବିଜ୍ଞାନ ଉପରେ ବିଶ୍ବାସ କରି ଚନ୍ଦ୍ରପୃଷ୍ଠରେ ପହଞ୍ଚିବାକୁ ଉଦ୍ୟମ କରୁଛି। ଅପରପକ୍ଷେ ଆଧୁନିକ ଯୁଗରେ ମଧ୍ୟ ଅନ୍ଧବିଶ୍ବାସର ବଶବର୍ତ୍ତୀ ହେଉଛି ମଣିଷ ସମାଜ। ଏପରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇଛନ୍ତି ନୟାଗଡ଼ ଜିଲ୍ଲାର ଭାଟସାହି ଗ୍ରାମର କିଛି ଗ୍ରାମବାସୀ। ଚୋର ଧରିବାକୁ ନୂଆ ନୂଆ କୌଶଳ ଥିବା ସତ୍ତ୍ବେ ଗ୍ରାମବାସୀ ଅନ୍ଧବିଶ୍ବାସକୁ ବିଶ୍ବାସ କରିଥିବା ଦେଖିବାକୁ ମିଳିଛି। ଏହି ଗ୍ରାମରେ ପୁଲିସର ତାଗିଦ ସତ୍ତ୍ବେ ଶୁକ୍ରବାର ଚୋର ଧରିବା ପାଇଁ ଖଟ ବୁଲାଯାଇଥିଲା। ଏଭଳି ଘଟଣା ଜାଣିବା ପରେ ନୟାଗଡ଼ ଟାଉନ ଥାନା ପୁଲିସ୍‌ ପହଞ୍ଚି ନିବୃତ୍ତ ରହିବାକୁ କହିଥିଲା। ପୁଲିସକୁ ଦେଖି ଗୁଣିଆ ଛତ୍ରଭଙ୍ଗ ଦେଇଥିବାବେଳେ ପୁଲିସ୍‌ ଗ୍ରାମବାସୀଙ୍କୁ ତାଗିଦ କରିବା ସହ ଥାନାକୁ ଡାକିଥିଲା। ମାତ୍ର ପୁଲିସ୍‌ ଗାଁରୁ ଫେରିବା ପରେ ପୁଣିଥରେ ଖଟ ବୁଲା ଯାଇଥିଲା।

ସୂଚନା ଅନୁସାରେ, ନୟାଗଡ ସଦର ବ୍ଲକ ଅନ୍ତର୍ଗତ ଭାଟିସାହି ଗ୍ରାମର ତୋଟାସାହିରେ ରହୁଥବା ଜଣେ ବ୍ୟକ୍ତିଙ୍କ ଘରୁ ୨୦ ହଜାର ଟଙ୍କା ଚୋରି ହୋଇଥିଲା। ଏହାକୁ ନେଇ ସେ କମିଟିକୁ ଜଣାଇବା ପରେ ଗାଁରେ ଏକ ସଭା ବସି ଚୋର ଧରିବା ପାଇଁ ଖବ ବୁଲାଯିବା ନିଷ୍ପତ୍ତି ହୋଇଥିଲା। ଲୁଚାଛପାରେ ଖଟ ବୁଲା ଯିବାକୁ ସ୍ଥିର କରାଯାଇଥିବା ବେଳେ ଏନେଇ କୌଣସି ବ୍ୟକ୍ତି ପୁଲିସ କିମ୍ବା ମିଡିଆକୁ ଖବର ଦେଲେ ତା ଉପରେ ଦୁଇ ଲକ୍ଷ ଟଙ୍କାର ଜୋରିମାନା କରିଯିବା ପାଇଁ ଗାଁ କଙ୍ଗାରୁକୋର୍ଟରେ ନିଷ୍ପତ୍ତି ହୋଇଥିଲା।

ଏହି ପରିପ୍ରେକ୍ଷିରେ କିଛି ବ୍ୟକ୍ତି ଜଣେ ଗୁଣିଆ ସହ ଯୋଗାଯୋଗ କରିବା ପାରେ ଗତ ୨୮ ତାରିଖରେ ଖଟ ବୁଲାଯିବାକୁ ସ୍ଥିର ହୋଇଥିଲା। କୌଣସି କାରଣ ପାଇଁ ଉକ୍ତ ଦିନ ଖଟବୁଲା ହୋଇଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଗାଁକୁ ଗୁଣିଆ ଆସି ଖଟ ବୁଲାଯାଇଛି। ଗାଁକୁ ଗୁଣିଆ ଆସି ପ୍ରଥମେ ଗାଁ ମଶାଣିରେ ପୂଜାର୍ଚ୍ଚନା କରିବା ପରେ ଏକ ଖଟକୁ ପୂଜାର୍ଚ୍ଚନା କରି ଚାରି ଜଣ ଲୋକ ଏହାକୁ କାନ୍ଧେଇ ବୁଲାଉଥିବା ଜଣାପଡିଛି। ଏନେଇ ନୟାଗଡ଼ ଟାଉନଥାନା ପୁଲିସ ଖବରପାଇ ଗାଁରେ ପହଞ୍ଚିବା ପରେ ଗୁଣିଆ ଓ ଖଟ ବୁଲାଉଥିବା ବ୍ୟକ୍ତି ଛତ୍ରଭଙ୍ଗ ଦେଇଥିଲେ। ପୁଲିସ ଗାଁ ଲୋକଙ୍କୁ ସଚେତନ କରିବା ସହ ଏଭଳି କାମରୁ ନବୃତ୍ତ ରହିବା ପାଇଁ ବୁଝାଶୁଝା କରି ଥାନକୁ ଡାକି ବୁଲାଇଥିବା ଜଣାପଡିଛି। ଏହି ଖଟବୁଲା ଦେଖିବା ପାଇଁ ଆଖପାଖରୁ ଶହଶହ ଲୋକଙ୍କ ଗାଁକୁ ଆସିଥିବା ଦେଖିବାକୁ ମିଳିଛି।

Comments are closed.