Odisha Link
Bridging the Missing Links in Odisha

ଏଣିକି ପୁରୀକୁ ଗଡ଼ିବ ‘ମୋ ବସ୍’

ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ‘ମୋ ବସ୍’ ଯୋଜନାକୁ ପୁରିଲା ଏକ ବର୍ଷ। ମୋ ବସ୍‌କୁ ଏକ ବର୍ଷ ପୂର୍ତ୍ତି ଉପଳକ୍ଷେ ଆୟୋଜିତ ହୋଇଥିଲା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏୟାରପୋର୍ଟରୁ ‘ମୋ ବସ’ରେ ବସି ଜୟଦେବ ଭବନ ପର୍ଯ୍ୟନ୍ତ ଯାତ୍ରା କରିଛନ୍ତି । ମୋ ବସ ଆରମ୍ଭର ପ୍ରଥମ ଯାତ୍ରୀ ହୋଇଥିବା ମୁଖ୍ୟମନ୍ତ୍ରୀ ଆଜି ମଧ୍ୟ ମୋ ବସରେ ଆସିଥିଲେ। ସାଧାରଣ ଯାତ୍ରୀଙ୍କ ଭଳି ଟିକେଟ୍ କାଟି ବସରେ ଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ ଯାତ୍ରା ସମୟରେ କୁନି ପିଲାଙ୍କୁ ଅଟୋଗ୍ରାଫ ଦେବାର ନଜରରେ ଆସିଛନ୍ତି ନବୀନ।

CRUT ଏମଡି ଅରୁଣ ବୋଥ୍ରା ଜୟଦେବ ଭବନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କରଇଛନ୍ତି ବଡ଼ ଘୋଷଣା। ସେ କହିଛନ୍ତି ଯେ, ଏବେ ୨୧ଟି ରୁଟରେ ୨୦୦ଟି ‘ମୋ ବସ୍’ ଚଳାଚଳ କରୁଛି। ଆଗକୁ ଆଉ ୧୫୦ଟି ମୋ ବସ୍‌ ବିଭିନ୍ନ ସ୍ଥାନକୁ ଚଳାଚଳ କରିବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୋଥ୍ରା। ଏଥିସହିତ ଏହି ଯୋଜନାରେ ସାମିଲ ହେବ ୫୦ଟି ସିଟି ବସ୍‌ ଏବଂ ଇ-ବସ୍ ବ୍ୟବସ୍ଥା କରାଯିବ। ପୁରୀ ସହରକୁ ମୋ ବସ୍‌ ଚଳାଚଳ ପାଇଁ ଅନୁମତି ମିଳିଛି ଏବଂ ଏହା ଖୁବଶୀଘ୍ର ବସ୍‌ ଚଳାଚଳ ହେବ ବୋଲି ସୂଚନା ଦେଇଛନ୍ତି ବୋଥ୍ରା।

ପ୍ରତ୍ୟହ ୮୬ହଜାର ଯାତ୍ରୀ ଯିବାଆସିବା କରୁଛନ୍ତି ଏବଂ ୧୨ ଲକ୍ଷ ରାଜସ୍ବ ମିଳୁଛି ବୋଲି କହିଛନ୍ତି CRUT ଏମଡି ଅରୁଣ ବୋଥ୍ରା।

Comments are closed.