Odisha Link
Bridging the Missing Links in Odisha

ଉତ୍ତେଜନାମୂଳକ ପୋଷ୍ଟ କଲେ କାର୍ଯ୍ୟାନୁଷ୍ଠାନ: ଡିଜିପି

ଭୁବନେଶ୍ୱର: ଅଯୋଧ୍ୟା ମାମଲାର ରାୟକୁ ନେଇ ଯଦି କେହି ବ୍ୟକ୍ତି ସୋସିଆଲ ମିଡିଆରେ ଉତ୍ତେଜକ ପୋଷ୍ଟ କରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି। ଶନିବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଶର୍ମା ଏହା କହିଛନ୍ତି।
ଶାନ୍ତିଶୃଙ୍ଖଳା ଓ ସଦଭାବନା ବଜାୟ ରଖିବାକୁ ପୁଲିସ ସଜାଗ ରହିଛି। ଓଡ଼ିଶା ପୁଲିସ ପକ୍ଷରୁ ପୂର୍ବ ପ୍ରସ୍ତୁତି କରାଯାଇଛି। ସମ୍ବେଦନଶୀଳ ଜିଲ୍ଲାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ ଅଛନ୍ତି। ସ୍ଥିତି ଉପରେ ନଜର ରଖିବାକୁ ସବୁ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଶାନ୍ତି ବଜାୟ ରଖିବା ପାଇଁ ବିଭିନ୍ନ ଧାର୍ମିକ ନେତାଙ୍କ ସହ ଆଲୋଚନା ହୋଇଛି। ମୋବାଇଲ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି। ସୋସିଆଲ ମିଡିଆ ଉପରେ କଡ଼ା ନଜର ରଖାଯାଇଛି। ଉତ୍ତେଜନାମୂଳକ ଟ୍ୱିଟ କିମ୍ବା ପୋଷ୍ଟ କେଲ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ବିଜୟ କୁମାର ଶର୍ମା କହିଛନ୍ତି।

Comments are closed.