Odisha Link
Bridging the Missing Links in Odisha

ଓ.ଟି.ଡି. ସି.ର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ

ଭୁବନେଶ୍ବର : ଆଗାମି ୧୨ ତାରିଖ ମଙ୍ଗଳ ବାର ପାଳିତ ହେବାକୁ ଯାଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଉପଲକ୍ଷେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସକାଳ ୮ଟାରେ ଜରାଶ୍ରମ ଅନ୍ତେବାସୀଙ୍କ ସହିତ ଓ.ଟି.ଡି. ସି.ର ଭୁବନେଶ୍ବର ପାନ୍ଥ ନିବାସ ଠାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହେବ । ପାଖାପାଖି ୩୫୪୦ ଜଣ ଅନ୍ତେବାସୀ ଓ.ଟି.ଡି. ସି.ର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିବେ ।

ଏହା ଛଡା ଏହି ମନ୍ଦିର ମାଳିନୀ ଭୁବନେଶ୍ବରକୁ ଦେଖିବା ପାଇଁ ଆସୁଥିବା ପର୍ଯ୍ୟଟକଙ୍କ ବିପୁଳ ସମାଗମ ଏବଂ ଚାହିଦାକୁ ରଖି ପାନ୍ଥନିବାସରେ ଆୟୋଜନ କରାଯିବ ଖାଦ୍ୟ ଉତ୍ସବ । ପାରମ୍ପାରିକ ଓଡିଆ ଖାଦ୍ୟ ସହିତ ଦେଶୀୟ ଖାଦ୍ୟର ଉପଲବ୍ଧ ହେବ ।

ପର୍ଯ୍ୟଟକଙ୍କ ପାଇଁ ଚଇତି ନୃତ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଉତ୍ସବରେ ପଶ୍ଚିମ ଓଡିଶା ପାଇଁ ପ୍ରସ୍ତୁତ କରାଯାଉଥିବା ଟୁର୍ ପ୍ୟାକେଜର ଘୋଷଣା କରାଯିବ । ଏଥିରେ ପର୍ଯ୍ୟଟକ ମାନେ କିପରି ଭାବରେ ବଲାଙ୍ଗିର, ସୋନପୁର ଏବଂ ସମ୍ବଲପୁର ଜିଲ୍ଲାରେ ଥିବା ପର୍ଯ୍ୟଟନସ୍ଥଳି ଗୁଡ଼ିକ ସୁଲଭ ମୂଲ୍ୟରେ ପରିଦର୍ଶନ କରିପାରିବେ ସେ ଉପରେ ଗୁରୁତ୍ବ ଦିଆଯାଇଛି ।

ଚଳିତ ବର୍ଷ ବାଲିଯାତ୍ରାରେ ଓ.ଟି.ଡି. ସି. ତରଫରୁ ଫୁଡ୍ ଷ୍ଟଲର ବ୍ୟବସ୍ଥା କରାଯାଇଛି, ଯେଉଁଠି ଓଡିଆ ଖାଦ୍ୟ ପରିବେଷଣ କରାଯିବ ।ମହାନଦୀ ପଠାରେ ରାଜ୍ୟ ପର୍ୟ୍ୟଟନ ବିଭାଗ ଏବଂ ଓ.ଟି.ଡି. ସି. ତରଫରୁ ଜଳ କ୍ରିଡା ଏବଂ ନୌକା ବିହାର ବ୍ୟବସ୍ଥା ମଧ୍ୟ କରାଯାଇଛି । ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ପରିଚାଳନା ନିର୍ଦ୍ଦେଶକ ହେମକାନ୍ତ ସାଏ ଏବଂ ଓ.ଟି.ଡି. ସି.ର ଅନ୍ୟ ବରିଷ୍ଠ ଅଫିସରବୃନ୍ଦ ଏହି କାର୍ଯ୍ୟ କ୍ରମରେ ଯୋଗଦେବେ ।

Comments are closed.