Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ଶିବସେନାକୁ ବାହ୍ୟ ସମର୍ଥନ କରିବ କଂଗ୍ରେସ!

ମୁମ୍ବାଇ: ଦୀର୍ଘଦିନ ଧରି ଲାଗି ରହିଥିବା ମହାରାଷ୍ଟ୍ର ରାଜନୀତିରେ ନୂଆ ମୋଡ଼। ମହାରାଷ୍ଟ୍ରରେ କିଏ ଗଢ଼ିବ ସରକାର ନେଇ ଯେଉଁ ସଙ୍କଟ ଦେଖାଯାଇଥିଲା ତାହା ଏବେ ଟଳିଛି। ଶିବସେନାକୁ ବାହାରୁ ସମର୍ଥନ କରିବାକୁ କଂଗ୍ରେସ ଘୋଷଣା କରିଛନ୍ତି। ମିଳିଥିବା ସୂଚନା ମୁତାବିକ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ସହ ସୋନିଆ ଗାନ୍ଧି କଥା ହେବା ପରେ ସମର୍ଥନ ନେଇ ଘୋଷଣା ହୋଇଛି।

ଏଥିସହିତ ନିଜ ଦଳର ବିଧାୟକଙ୍କ ସହ ମଧ୍ୟ କଥା ହୋଇଛନ୍ତି ସୋନିଆ। କଂଗ୍ରେସର ବରିଷ୍ଠ ନେତାଙ୍କ ସହ ମାରାଥନ ଆଲୋଚନା ପରେ ଏପରି ନିଷ୍ପତ୍ତି ଘୋଷଣା କରାଯାଇଛି।

ଉଦ୍ଧବ ଠାକରେଙ୍କ ନେତୃତ୍ବରେ ଶିବସେନା ସରକାର ଗଠନ କରିବ ନିଶ୍ଚିତ ହୋଇଯାଇଛି। ୨୮୮ ଆସନ୍ତା ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୪୫ ଆସନ୍ତା ଲୋଡ଼ା ଥିବା ବେଳେ ଶିବସେନା ପାଖରେ ୫୬ ବିଧାୟକ ଅଛନ୍ତି। ଶରତ ପାୱାରଙ୍କ ଏନସିପି ଶିବସେନାକୁ ସମର୍ଥନ କରିଥିବା ବେଳେ ଏନସିପି ପାଖରେ ୫୪ ଆସନ ରହିଛି। ୪୪ ଆସନ ପାଇଥିବା କଂଗ୍ରେସ ଶିବସେନାକୁ ବାହ୍ୟ ସମର୍ଥନ ଦେବାକୁ ଆଜି ଘୋଷଣା କରିଥିବା ବେଳେ ତ୍ରିଦଳୀୟ ମିଳିତ ବିଧାୟକ ସଂଖ୍ୟା ୧୫୪ରେ ପହଞ୍ଚିଛି।

୧୫୪ ବିଧାୟକଙ୍କ ସମର୍ଥନରେ ଶିବସେନା ସରକାର ଗଠନ କରିବାକୁ ଯାଉଥିବା ବେଳେ ଏ ନୂଆ ସମୀକରଣ ବିଜେପି ପାଇଁ ବଡ଼ ଝଟକା ଆଣିଛି।

Comments are closed.