Odisha Link
Bridging the Missing Links in Odisha

ଚର୍ଚ୍ଚାରେ ରାନୁ ମଣ୍ଡଳଙ୍କର ଆଉ ଏକ ଭିଡିଓ

ମୁମ୍ବାଇ : ଆଜି କାଲି ସୋସିଆଲ ମିଡ଼ିଆ ଦ୍ବାରା ଅନେକ ଲୋକ ଖୁବ୍ କମ ସମୟରେ ଭାଇରାଲ ହୋଇଯାଆନ୍ତି । ଓ ଅଳ୍ପ ସମୟରେ ସୁପରଷ୍ଟାର ବନିଯାଇଥାନ୍ତି । ସେହିପରି ସୋସିଆଲ ମିଡ଼ିଆ ଦ୍ୱାରା ରାତାରାତି ସୁପରଷ୍ଟାର ବନିଯାଇଥିଲେ ରାନୁ ମଣ୍ଡଳ । ‘ଏକ ପ୍ୟାର କି ନଗମା ହେ’ ଗୀତଟିକୁ ଗାଇ ସେ ଖୁବ ସମୟରେ ଷ୍ଟାର ବନିଯାଇଥିଲେ । ଏବେ ତାଙ୍କର ବ୍ୟବହାରରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି ।

ରାନୁ ମଣ୍ଡଳଙ୍କ ଏକ ଭିଡିଓ ଭାଇରଲ ହୋଇଥିଲା ଯେଉଁଥିରେ ଜଣେ ଫ୍ୟାନ ରାନୁ ମଣ୍ଡଳଙ୍କୁ ଛୁଇଁ ଦେଇଥିବାରୁ ସେ ସେଠାରେ ହଙ୍ଗାମା କରିଦେଇଥିଲେ । ପୁଣି ମିଡ଼ିଆ ଉପରେ ରାଗୁଥିବାର ଦୃଶ୍ୟ ନଜରକୁ ଆସିଥିଲା ।ରାନୁଙ୍କୁ ଏବିଷୟ ପ୍ରଶ୍ନ କରାଯାଇଥିବା ସମୟରେ ସେ ମିଡ଼ିଆକୁ କୌଣସି ପ୍ରତିକ୍ରିୟା ଦେଇନଥିଲେ ।

ରାନୁ ମଣ୍ଡଳଙ୍କର ଏହି ଭିଡିଓକୁ ମିମ ଫ୍ୟାକ୍ଟ୍ରି ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି, ସେ ସଲମାନ ଖାନଙ୍କର ସୁପରହିଟ ସିନେମା ‘ଚୋରି ଚୋରି ଚୁପକେ ଚୁପକେ’ର ‘ଦିୱାନା ହେ ୟେ ମନ’ ଗୀତ ଗାଉଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ରାନୁ ମଣ୍ଡଳଙ୍କର ଏହି ଭିଡିଓ ବହୁତ ପୁରୁଣା ଅଟେ ଯାହାକି ବର୍ତ୍ତମାନ ଇଣ୍ଟରନେଟରେ ଖୁବ ଭାଇରଲ ହେବାରେ ଲାଗିଛି ଏବଂ ଲୋକମାନେ ଏହା ଉପରେ ଖୁବ କମେଣ୍ଟ ଦେଉଛନ୍ତି ।

Comments are closed.