Odisha Link
Bridging the Missing Links in Odisha

ମହାରାଷ୍ଟ୍ର: ନିଜ ଫର୍ମୁଲାରେ ଫସିଲା ଶିବସେନା

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିର ସମୀକରଣ ଘଡ଼ିକେ ଘୋଡା ଛୁଟୁଛି। ବର୍ତ୍ତମାନ ସ୍ଥିତିରେ ଶିବସେନା ନିଜ ଜାଲରେ ଫସିଛି। ଶିବସେନାର ୫୦:୫୦ ଫର୍ମୂଲା ନିଜ ପାଇଁ ବୁମେରାଂ ସାଜିଛି। ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହାନ୍ତି ଶରଦ ପାୱାର। ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ।

ମହାରାଷ୍ଟ୍ର ସରକାର ଗଠନରେ ପୁଣି ଆସିଲା ନୂଆ ଟ୍ୱିଷ୍ଟ। କଂଗ୍ରେସର ନିଷ୍ପତ୍ତି ଉପରେ ସରକାର ଗଠନ ନିର୍ଭର କରୁଛି ବୋଲି କହୁଥିବା ଏନସିପି ଶିବସେନା ସାମ୍ନାରେ ନୂଆ ସର୍ତ୍ତ ରଖିଛି। ଏପଟେ କଂଗ୍ରେସ ନୁହେଁ ବରଂ ଏନସିପି ପାଇଁ ସରକାର ଗଠନରେ ବିଳମ୍ବ ହେଉଛି ବୋଲି କହିଛି କଂଗ୍ରେସ। ଶରଦ ପାୱାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହୁଁଛନ୍ତି। ଉଭୟ ଶିବସେନା ଓ ଏନସିପି ଅଢ଼େଇ-ଅଢ଼ଇ ବର୍ଷ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳନ୍ତୁ ବୋଲି ସେ ମତ ରଖିଛନ୍ତି।

ସରକାର ଗଠନ ପାଇଁ ବିଜେପି ମନା କରିବା ପରେ ଶିବସେନାକୁ ସୁଯୋଗ ଦିଆଯାଇଥିଲା। ଶିବସେନା-ଏନସିପି ମେଣ୍ଟ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ ପଡ଼ୁଥିବା ବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାର ସରକାର ଗଠନରେ କେଁ ପୁରାଇଛନ୍ତି। ଏନସିପି ପକ୍ଷରୁ ଶିବସେନା ସମ୍ମୁଖରେ ୫୦-୫୦ ଫର୍ମୂଲା ଉପସ୍ଥାପନ କରାଯାଇଛି।

୫୦-୫୦ ଫର୍ମୁଲା ପାଇଁ ବିଜେପି ସହ ୩୦ ବର୍ଷ ପୁରୁଣା ସମ୍ପର୍କ ଭାଙ୍ଗିଲା ଶିବସେନା। ସେହି ଫର୍ମୁଲାରେ ଫସିଯାଇଛି ଶିବସେନା। ମହାରାଷ୍ଟ୍ର ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଥିବା ବେଳେ ସରକାର କିଏ ଗଢ଼ିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

Comments are closed.